ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ- ୨୦୨୧: ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ୍ ଦେଲା ପଞ୍ଜାବ

ଅହମ୍ମଦାବାଦ: ଆଇପିଏଲ୍‌- ୨୦୨୧ର ୨୬ତମ ଲିଗ୍‌ ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍‌ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି  ୧୭୯ ରନ କରି ବାଙ୍ଗାଲୋରକୁ  ୧୮୦ ରନର ଟାର୍ଗେଟ ଦେଇଛି।

ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍‌ ଗେଲ୍‌ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । କ୍ରିସ ଗେଲ ୨୪ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୫୭ ବଲରେ ୯୧ ରନ କରି ଶେଷ ପର୍ଯ୍ଯନ୍ତ ଅପରାଜିତ ରହିଥିଲେ।

ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ‌ କେଲି ଜାମିସନ୍‌ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଯୁଝବେନ୍ଦ୍ର ଚହଲ, ଡାନିଲ୍‌ ସାମ୍ସ, ଓ ସାହାବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Leave A Reply

Your email address will not be published.