ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ ସ୍ବର ବ୍ୟବହାର ମନା : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ବିନା ଅନୁମତିରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋ ଆଦି ବ୍ୟବହାର ଉପରେ ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି । ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି।ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ୍ ବନେଗା କରୋଡପତି (କେବିସି)ର ଏକ ନକଲି ଲଟେରୀ ସ୍କାମ୍ ସାମ୍ନାକୁ ଆସିଥିଲା । ଏଥିପାଇଁ ବଚ୍ଚନଙ୍କ ଛବି ଏବଂ ସ୍ୱରର ବ୍ୟବହାର କରାଯାଇଥିଲା । ଏନେଇ ଏହି କିମ୍ବଦନ୍ତୀ ଅଭିନେତା ତାଙ୍କ ପ୍ରଚାର ଅଧିକାରର ସୁରକ୍ଷା ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଅଦାଲତ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଅଭିଯୋଗକାରୀ ଜଣେ ସୁପରିଚିତ ବ୍ୟକ୍ତିତ୍ବ ଏବଂ ସେ କେତେଗୁଡ଼ିଏ ବିଜ୍ଞାପନରେ ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ବିନା ଅନୁମତି ଓ ସ୍ବୀକୃତିରେ ନିଜ ନିଜ ସାମଗ୍ରୀ ଓ ସେବାର ପ୍ରଚାର ପାଇଁ ଅଭିଯୁକ୍ତମାନେ ତାଙ୍କ ‘ସେଲି‌ବ୍ରିଟି ଷ୍ଟାଟସ୍‌’ ବ୍ୟବହାର କରୁଥିବାରୁ ସେ କ‌ଷ୍ଟ ଅନୁଭବ କରୁଛନ୍ତି। ଏହି ମାମଲା ନିଶ୍ଚୟ ବିଚାରଯୋଗ୍ୟ ବୋଲି ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରିତ ପ୍ରାଥମିକ ବିଶ୍ଳେଷଣରୁ ଅନୁମାନ କରାଯାଉଛି। ଗୁରୁତ୍ବାରୋପ କରି ଅଦାଲତ କହିଛନ୍ତି ଯେ, ଏହି ଆଦେଶ ଜାରି କରା ନ ଗଲେ ଅମିତାଭ ବଚ୍ଚନଙ୍କର ଭୀଷଣ କ୍ଷତି ଏବଂ କେତେକ କ୍ଷେତ୍ରରେ ତାଙ୍କର ମର୍ଯ୍ୟାଦାହାନୀ ଘଟିପାରେ।

Article Bottom (Mobile Only)

ତେବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଅମିତାଭ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଥିଲେ। ଯାହାକୁ ହାଇକୋର୍ଟ ତାଙ୍କ ସ୍ୱର, ନାମ, ଫଟୋ ଏବଂ ପୋଷ୍ଟର ସମେତ ତାଙ୍କ ସହ ଜଡିତ କୌଣସି ଜିନିଷ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅମିତାଭଙ୍କ ଆବେଦନ ମାମଲାରେ ମିଳିଥିବା ଖବର ଅନୁଯାୟୀ ଜଷ୍ଟିସ ନବିନ ଚାୱଲାଙ୍କ ବେଞ୍ଚ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିଛି।

ଅମିତାଭ ବଚ୍ଚନଙ୍କ ସହ ଜଡିତ କୌଣସି କଣ୍ଟେଣ୍ଟ୍ ହଟାଇବାକୁ ଟେଲିକମ୍ ମନ୍ତ୍ରଣାଳୟ ସମେତ ସମ୍ପୃକ୍ତ ବିଭାଗକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ବିଗ୍ ବି ତାଙ୍କ ବିନା ଅନୁମତିରେ ତାଙ୍କ ବୌଦ୍ଧିକ ସମ୍ପତ୍ତି ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଶତାବ୍ଦୀର ମହାନାୟକ ତାଙ୍କ ନାମ, ଛବି, ସ୍ୱର ଏବଂ ବ୍ୟକ୍ତିତ୍ୱର ସୁରକ୍ଷା ଦାବି କରିଥିଲେ ।

Leave A Reply

Your email address will not be published.