ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ଦିନିକିଆ: ଭାରତ ବିପକ୍ଷରେ ୭ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଜିତିଲା ନ୍ୟୁଜିଲାଣ୍ଡ । ଶୁକ୍ରବାର ଅକଲାଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟ ହରାଇଛି ବ୍ଲାକ କ୍ୟାପ୍ସ। ଟିମ୍ ଇଣ୍ଡିଆ ୩୦୭ ରନ୍‌ର ଟାର୍ଗେଟ ଦେଇଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଏହାକୁ ଖୁବ୍ ସହଜରେ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ଟିମ୍‌ ଜିତିବାର ହିରୋ ପାଲଟିଥିଲେ ୱିଲିୟମସନ୍‌ ଏବଂ ଟମ୍ ଲେଥାମ୍ । ଦୁହିଁଙ୍କ ଭିତରେ ୨୨୧ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟରେ ଟିମ୍ ଇଣ୍ଡିଆର ଏହା କ୍ରମାଗତ ପଞ୍ଚମ ପରାଜୟ ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଭାରତ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଶିଖର ଧାୱନ (୭୨), ଶୁବମାନ ଗିଲ (୫୦) ଏବଂ ଶ୍ରେୟାସ ଆୟର (୮୦) ଅର୍ଦ୍ଧଶତକ ହାସଲ କରିଥିଲେ।

୩୦୭ ରନର ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୭.୧ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ଏକଦା ୮୮ ରନରେ ୩ ଓ୍ବିକେଟ୍ ହରାଇ ଦେଇଥିଲା । ହେଲେ ଅଧିନାୟକ କେନ୍ ୱିଲିୟମ୍ସନ୍ ( ଅପରାଜିତ ୯୪) ଏବଂ ଟମ୍ ଲାଥାମ୍ ଚତୁର୍ଥ ୱିକେଟରେ ଅବିଭକ୍ତ ୨୨୧ ରନର ଭାଗିଦାରୀ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ଲଥାମ୍ ମାତ୍ର ୧୦୪ଟି ବଲରେ ୧୯ଟି ଚୌକା ଓ ୫ଟି ଛକା ସହ କ୍ୟାରିୟର ଶ୍ରେଷ୍ଠ ୧୪୫ ରନ୍ କରିଥିଲେ। ଭାରତ ପକ୍ଷରୁ ଡେବୁଟାଣ୍ଟ ଉମ୍ରାନ ମଲିକ ୨ଟି ଓ୍ବିକେଟ୍ ନେଇଥିଲେ।

Leave A Reply

Your email address will not be published.