ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି: ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତକଲା ଭାରତ
ଭୁବନେଶ୍ବର: ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ (ପୁରୁଷ)ର ୪ର୍ଥ ସଂସ୍କରଣ ଆଜି ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଛି। ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା। ଏହି ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଆସନ୍ତା କାଲି ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।