ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା, ୨ ଜିଲ୍ଲାକୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ବର: ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡିହ ବ୍ଯାରେଜରୁ ଅଧିକ ପାଣି ଛଡାଯାଇଛି। ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ଯୁସେକ ଜଳ ଛାଡିଛି। ଏହାରି ପ୍ରଭାବରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ  ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲ ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ଯ ବାଲେଶ୍ବର ଜିଲ୍ଲାକୁ ତତ୍କାଳ ପଠାଯାଇଛି। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।

Leave A Reply

Your email address will not be published.