ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରେସନ ହ୍ବାଇଟ୍ ସ୍ପାଇଡର: ରାଜଧାନୀରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି ।

କମିଶନରେଟ ପୁଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୁଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଟାର୍ଗେଟରେ ଡ୍ରଗ୍ସ ମାଫିଆ ।

ସୂଚନା ଅନୁଯାୟୀ, ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦ରୁ ଅଧିକ ଟଙ୍କାର ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୁଲିସ ।

ସୂଚନାଯୋଗ୍ୟ, ନିଶା କାରବାର ବନ୍ଦ କରିବାକୁ କୁ ରୋକ ଲଗେଇବା ପାଇଁ ସେଣ୍ଟ୍ରାଲାଇଜ ମନିଟରିନିଂ ୟୁନିଟ ଗଠନ କରାଯିବ । ଏନଡିପିଏସ ମାମଲାରେ ସମସ୍ତ ଡାଟା ରଖାଯିବ । ଜେଲ ଯାଇଥିବା ଅଭିଯୁକ୍ତମାନଙ୍କ ତାଲିକା ସଟ୍ ଲିଷ୍ଟେଡ୍ କରାଯିବ । ଜେଲରୁ ବାହାରିବା ପରେ ସେମାନଙ୍କ ଉପରେ ପୁଲିସ ନଜର ରଖିବ । ଏହାସହ ଅଭିଯୁକ୍ତଙ୍କ ଜିଲ୍ଲା ଓ ରାଜ୍ୟ ବହାରର ନେଟୱର୍କ ପୁଲିସ ଟାର୍ଗେଟ କରିବ ।

Leave A Reply

Your email address will not be published.