ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପୁଣି ଗିରଫ ହେଲେ ଭିଜିଲାନ୍ସ ପବ୍ଲିକ ପ୍ରୋସିକ୍ୟୁଟର: ପୂର୍ବରୁ ଲାଞ୍ଚନେଇ ଗିରଫ ହୋଇଥିଲେ ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ପୁନଃ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ପୂର୍ବରୁ ସେ ଲାଞ୍ଚ ନେଉଥିବା ମାମଲାରେ ଗିରଫ ହୋଇ ଜାମିନ ପାଇ ସାରିଥିବା ବେଳେ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

Article Bottom (Mobile Only)

ପ୍ରକାଶ ଯେ, କଳାହାଣ୍ଡି ଜିଲା ମହୁଳପାଟଣା ପୋଲିସ ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଏକ ଭିଜିଲାନ୍ସ ମାମଲା ରହିଥିଲା। ଯାହା ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି। ତେବେ ଏହି ମାମଲାକୁ ରଫା ଦଫା କରିବା ପାଇଁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ମାଗିଥିଲେ। ପରେ ଏହା ଏକ ଲକ୍ଷ ଟଙ୍କାରେ ମୁଳଚାଳ ହୋଇଥିଲା। ଏବଂ ଗତ ୩ ତାରିଖ ସେ ଏଏସଆଇ ରଣାଙ୍କ ଠାରୁ ଲାଞ୍ଚ ଟଙ୍କା ନେଇଥିଲେ। ତେବେ ସେଠାରେ ପୂର୍ବରୁ ଯୋଜନା ମୁତାବକ ଛପି ରହିଥିବା କଟକ ଭିଜିଲାନ୍ସ ସେଲ ଡିଭିଜନର ଅଧିକାରୀ ମାନେ ମିଶ୍ରଙ୍କୁ କାବୁ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ମାନେ ରାଧାକୃଷ୍ଣ ନଗର ସ୍ଥିତ ମିଶ୍ରଙ୍କ ଘରେ ଖାନତଲାସୀ କରିଥିଲେ। ସେଠାରେ ତାଙ୍କର ଆୟବହିଭୁତ ସମ୍ପତ୍ତି ଥିବା ଜଣାପଡିଥିଲା। ଏହି ମାମଲାରେ ଆଉ ଏକ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଏବଂ ମିଶ୍ର ପୂର୍ବ ମାମଲାରେ ଜାମିନ ପାଇ ସାରିଥିବା ବେଳେ ପୁନଃ ଆୟ ବହିର୍ଭୁତ ମାମଲାରେ କଟକ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଯାହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.