ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି । କଂଗ୍ରେସ ପାଇଁ ଏହା ଅପୂରଣୀୟ କ୍ଷତି ହୋଇଥିବା ବେଳେ ଆଜି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ତାଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିଂବଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ୧୯୮୦ରୁ ୧୯୮୯ ପର୍ଯ୍ଯନ୍ତ ସେ ବଲାଙ୍ଗୀରରୁ ଲୋକସଭାର ସାଂସଦ ଥିଲେ । ୧୯୮୩ରେ ସେ ପିସିସି ସଭାପତି ଭାବେ ବି ଦାୟିତ୍ବ ତୁଲାଇଥିଲେ । ସେ ୧୯୫୪ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସ୍ବର୍ଗତ ମିଶ୍ର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୫୬ରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ ।‌୧୯୬୧ରୁ ୧୯୬୭ ପର୍ୟ୍ୟନ୍ତ ସେ ପିସିସି ସାଧାରଣ ସମ୍ପାଦକ ଥିଲେ ।

ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ବର୍ଗତ ମିଶ୍ରଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ପରେ ରାହୁଲ ମଧ୍ୟ ବିଭୂଙ୍କ ସହ କଥା ହୋଇଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମିଶ୍ର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛ।

Leave A Reply

Your email address will not be published.