ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘର ଭିତରୁ ଭାଲୁ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରୁ ଏକ ଭାଲୁ ଉଦ୍ଧାର ହୋଇଛି। ଦୀର୍ଘ ସମୟ କସରତ ପରେ ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଉକ୍ତ ଭାଲୁକୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ଜଗି ସାନ୍ତାଙ୍କ ଘର ଭିତରକୁ ଆଜି ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ । ଭାଲୁଟି ଏକ କୋଠରୀ ଭିତରେ ପଶି ଯାଇଥିଲା । ଭାଲୁ ପଶିଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଝରିଗାଁ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ । ନବରଙ୍ଗପୁର ଡି.ଏଫ.ଓ.ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଭାଲୁକୁ ଉଦ୍ଧାର କରିବା ଲାଗି ଯନ୍ତା ବସାଇଥିଲେ । ୩ ଘଣ୍ଟା ପରିଶ୍ରମ ପରେ ଭାଲୁଟି ଯନ୍ତାରେ ପଡିଥିଲା । ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ କହିଛି ।

Leave A Reply

Your email address will not be published.