ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପୁଲିସ କବଜାରେ ଡ଼କାୟତି ଗ୍ୟାଙ୍ଗ, ୧ କେଜିରୁ ଅଧିକ ସୁନା ଗହଣା ଜବତ

ଭୁବନେଶ୍ବର: ପୁଲିସ କବଜାରେ ଡ଼କାୟତି ଗ୍ୟାଙ୍ଗ। ୩ ଡକାୟତ ସହ ଜଣେ ରିସିଭରକୁ ଗିରଫ କଲା ପୁଲିସ । ଜେଲ ଭିତରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ଗ୍ୟାଙ୍ଗ। ଗିରଫ ଡକାୟତମାନେ ହେଲେ ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ମଙ୍ଗଳପୁର ବିଶ୍ୱଜିତ ଦାସ ଓରଫ ବିଟୁ, ଜଗତସିଂହପୁର ମଧୁସୂଦନ ମହାନ୍ତି।

Article Bottom (Mobile Only)

ଅଭିଯୁକ୍ତ ମାନଙ୍କ ପାଖରୁ ୧ କିଲୋ ସୁନା, ୧ କେଜି ୩୦୦ଗ୍ରାମ ରୁପା ଗହଣା ଓ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଛି।  ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନରେ ଏକାଧିକ ମାମଲା ରହିଛି।
ଶୁଭ୍ରକାନ୍ତ ନାମରେ ୩୧ଟି , ବିଶ୍ୱଜିତ ନାମରେ ୩୮ ଓ ମଧୁସୂଦନ ନାମରେ ୧୨ଟି ମାମଲା ରହିଛି। ଗତ ୩୦ ତାରିଖରେ କାନନ୍ ବିହାରରୁ ଗୋଟେ ଘରୁ ଚୋରି କରିଥିଲେ। ଗତ ଦୁଇମାସ ହେଲାଣି ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁରରେ ଏକାଧିକ ଅଭିଯୋଗ ରହିଛି। ଏହି ଗ୍ୟାଙ୍ଗ ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିକୁ ବାନ୍ଧି ଡକାୟତି କରିଥିବା ଜଣାପଡ଼ିଛ।

Leave A Reply

Your email address will not be published.