ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୭ – ୦୯ – ୨୦୨୩ )

ମେଷ: ମନ ଅଶାନ୍ତ ରହିପାରେ। ଚାକିରି ଅଦଳବଦଳ ହୋଇପାରେ। ପରିବାରଠାରୁ ଦୂରରେ ରହିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

ବୃଷ: କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାନ୍ତୁନି। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜିପାରେ। ମାନ –ସମ୍ମାନ ପାଇ ପାରନ୍ତି। ଆତ୍ମବିଶ୍ବାସ ରଖି କାମ କରନ୍ତୁ। ବନ୍ଧୁଙ୍କ ସହଯୋଗରେ ସଫଳତା ପାଇବେ।

ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି କ୍ଷେତ୍ରରେ ସହଯୋଗ ପାଇବେ। ମାନସିକ ଶାନ୍ତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ।

କର୍କଟ: ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ। ସନ୍ତାନଙ୍କ ପାଠପଢ଼ାକୁ ନେଇ ନୂତନ ଯୋଜନା କରିବେ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ। ସାମାଜିକ ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।

ସିଂହ: ନୂତନ ଯାନବାହନ କ୍ରୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ମାତାପିତାଙ୍କ ସହ ସମୟ ବିତାଇବେ। ଆତ୍ମସଂଯମ ରକ୍ଷା କରନ୍ତୁ। ଅଯଥା ଯୁକ୍ତି କରନ୍ତୁନି। ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ।

କନ୍ୟା: ବିଦ୍ୟାର୍ଥୀମାନେ ପଢ଼ାରେ ଧ୍ୟାନ ଦେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧାର ଦେଇଥିବା ଟଙ୍କା ଫେରିପାଇବେ। ଅଫିସ୍‌ କାମ ପାଇଁ ଦୂରଯାତ୍ରା କରିପାରନ୍ତି।

ତୁଳା: ରାଜନୀତି କ୍ଷେତ୍ରରେ ସକ୍ରିୟ ରହିବେ। କାର୍ଯ୍ୟରେ ବିପରୀତ ପରିସ୍ଥିତି ସାମନା କରିବାକୁ ପଡ଼ିବ। ବିବାଦରେ ପଡ଼ିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଅନ୍ତୁ। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ।

ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟରେ କ୍ଷତି ସହିବେ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ଧନୁ: କୌଣସି କଥାକୁ ନେଇ ଚିନ୍ତା କରିବେ। ପରିବାରଲୋକଙ୍କ ସହଯୋଗ ମିଳିବ। ବନ୍ଧୁଙ୍କୁ ଉପହାର ପ୍ରଦାନ କରିବେ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଧିକ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ଅଯଥା ଖର୍ଚ୍ଚ ବଢ଼ିବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।

କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।

ମୀନ: ଆୟରେ ବୃଦ୍ଧି ଘଟିବ। ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।

Leave A Reply

Your email address will not be published.