ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ଏହି ପ୍ରକଳ୍ପଗୁଡ଼ିକରେ ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ, ଇନଡୋର ଆକ୍ୱାଟିକ୍ସ ଷ୍ଟାଡିୟମ, ଟେନିସ୍ ସେଣ୍ଟର, ହକି ହାଇ ପର୍ଫମାନ୍ସ ସେଣ୍ଟର, ଜିମ୍ନାଷ୍ଟିକ୍ କେନ୍ଦ୍ର ଏବଂ ଭାରତର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଅନ୍ତର୍ଭୁକ୍ତ।

ଏଥି ସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଡାଲମିଆ ଭାରତ ଦ୍ୱାରା ସିଏସଆର ଅଧୀନରେ ନିର୍ମିତ ବ୍ୟାଡମିଣ୍ଟନ ହାଇ ପର୍ଫମାନ୍ସ ସେଣ୍ଟର ପରିଦର୍ଶନ କରିଥିଲେ । ପ୍ରକଳ୍ପର ଅଗ୍ରଗତି ଏବଂ କେବେ ସୁଦ୍ଧା କାର୍ଯ୍ୟ ସମାପ୍ତି ହେବ ସେ ନେଇ ସାଇଟ୍ ଇଞ୍ଜିନିୟରମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

Article Bottom (Mobile Only)

କଳିଙ୍ଗ ଷ୍ଟାଡିୟମରେ କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକ୍ ଭାବରେ ଚାଲିଛି ବୋଲି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରାୟ ୧୫ ମାସ ପୂର୍ବରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କ୍ଷମ ହେବ ବୋଲି ଆଶା କରାଯାଉଛି । ଶ୍ରୀ ପାଣ୍ଡିଆନ୍ ଏହି ଅଳ୍ପ ସମୟ ମଧ୍ୟରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଏପରି ସୁବିଧା ସୃଷ୍ଟି କରିବାରେ ସେମାନଙ୍କର କଠିନ ପରିଶ୍ରମ ପାଇଁ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।

କ୍ରୀଡ଼ା ତଥା ଯୁବ ପିଢ଼ିଙ୍କ ଭବିଷ୍ୟତରେ ପୁଞ୍ଜି ବିନିଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୋଣ ଉପରେ ପ୍ରତିଫଳିତ କରିଥିଲେ ଏବଂ ଆସନ୍ତାକାଲିର ଚାମ୍ପିଅନ୍ ପ୍ରତିପୋଷଣରେ ଏହି ସମସ୍ତ କ୍ରୀଡା ପ୍ରକଳ୍ପ ଏବଂ ପ୍ରୟାସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ଏକ ପ୍ରକୃତ କ୍ରୀଡ଼ା ରାଷ୍ଟ୍ର ହେବାର ଭାରତର ସ୍ୱପ୍ନରେ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ଏକ ଗର୍ବର ମୁହୂର୍ତ୍ତ ହେବ ।

Leave A Reply

Your email address will not be published.