ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ରାଞ୍ଚି: ଓଡିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ଏନ୍‌କାଉଣ୍ଟର । ସୁରକ୍ଷାବାହିନୀଙ୍କ ଗୁଳିରେ ତିନି ମାଓବାଦୀ ନିହତ । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରସେନ୍‌ ଚାଲିଥିବାବେଳେ ମିତ୍ରପୁର ଥାନା ପୋମରା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ମଧ୍ୟ ଜବତ ହୋଇଛି । ତେବେ ନିହତ ହୋଇଥିବା ମାଓବାଦୀମାନେ କେଉଁ ସଂଗଠନ ସହିତ ଜଡିତ । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସିଆର୍‌ପିଏଫ୍‌ ଡିଆରଜି ଏବଂ ଏସ୍‌ଟିଏଫ୍‌ ବାହିନୀ ପକ୍ଷରୁ ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଛି ।

Leave A Reply

Your email address will not be published.