ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଯୁକ୍ତି ପାଇଲେ ୨୯୧ ଲ୍ୟାବ ଆସିଷ୍ଟାଣ୍ଟ

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ ନେଇଥିଲା। ଏନେଇ ରାଜ୍ୟର ଅନେକ ଆଶାୟୀ ଆବେଦନ କରିଥିଲେ ।  ପରବର୍ତ୍ତୀ ସମୟରେ ସାର୍ଟିଫିକେଟ ଭେରିଫିକେସନ୍ ପରେ ସେମାନଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ଷ୍ଟାଫ ସିଲେକସନ୍ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲଗାତାର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ୨୯୧ ଶିକ୍ଷକଙ୍କୁ ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଷୋଟର କିପର ଭାବରେ ନିଯୁକ୍ତି ଦିଆଯାଇଛି  ।

Leave A Reply

Your email address will not be published.