ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢ଼ିବାରେ ଲାଗିଛି ଆମ୍ବ ଚାହିଦା: କୋରାପୁଟ ଆମ୍ବ ଉପରେ ରହିଛି ଆନ୍ଧ୍ରର ନଜର

ବୋରିଗୁମ୍ମା: ସାବିତ୍ରୀ ଅମାବାସ୍ୟା ଆଉ ମାତ୍ର କିଛି ଦିନ ରହିଲା । ଝିଅ ଘରକୁ ଭାର ଦେବା ହିନ୍ଦୁ ପରମ୍ପରା ଏବେବି ରହିଛି। ଭାରରେ ଅନ୍ୟ ସାମଗ୍ରୀ ବ୍ୟତୀତ ଆମ୍ବ ହିଁ ମୁଖ୍ୟ ଆକର୍ଷଣ । ଭାରରେ କିଲୋ କିଲୋ ଆମ୍ବ ଦିଆଯାଇଥାଏ। ବୋରିଗୁମ୍ମା ବ୍ଲକର ପ୍ରାୟ ଗାଁରେ ବିପୁଳ ପରିମାଣରେ ଆମ୍ବ ଉତ୍ପାଦନ ହୋଇ ଥାଏ। ଦସରି, ଅମର ପଲ୍ଲୀ, ବାଇଗଣ ପଲ୍ଲୀ , ସିନ୍ଦୁର ମୁଣ୍ଡି , ଆଖୁ ରସ, ଆମ୍ବ ଭଳି ଅନେକ ପ୍ରକାରର ଆମ୍ବ ପ୍ରତି ବର୍ଷ ଏଠାରୁ ଟ୍ରକଟ୍ରକ ବାହାରକୁ ରପ୍ତାନି ହେଇଥାଏ । ଏପରିକି କୋରାପୁଟ ନବରଙ୍ଗପୁର ଜିଲ୍ଲାରୁ ଖାଉଟି ମାନେ ମଧ୍ୟ ବୋରିଗୁମ୍ମା କୁ ଆମ୍ବ ପାଇଁ ଆସିଥାନ୍ତି । ପ୍ରତି ବର୍ଷ ୧୦ଟଙ୍କାରୁ୩୦ ଟଙ୍କା ଏବଂ ଦେଶୀ ଆମ୍ବ ୫ଟଙ୍କା ରୁ୬ ଟଙ୍କା ମଧ୍ୟରେ ମିଳୁଥିଲା ।ପ୍ରତି ଘରେ ଦେଶୀ ଆମ୍ବରେ ଆମ୍ବୁଲ, ଆଚାର ପ୍ରସ୍ତୁତ କରାଯାଉ ଥିଲା । ଚଳିତ ବର୍ଷ ପ୍ରାୟ ଗଛ ରେ ଆମ୍ବ କାମ ଅଛି । ବୋରିଗୁମ୍ମା ଅଞ୍ଚଳରେ ଆମ୍ବ ମହଜୁଦ ଅଛି ହେଲେ ଉତ୍ପାଦନ କମ ଥିବାରୁ ଚଳିତ ବର୍ଷ ୧୦୦ରୁ ୧୨୦ ଟଙ୍କା ଦର ରହିଥିବା ବେପାରୀମାନେ କହିଛନ୍ତି। ପୁଣି ଆନ୍ଧ୍ରର ନଜର ବୋରିଗୁମ୍ମା ଆମ୍ବ ଉପରେ। ବେପାରୀ ଟ୍ରକଟ୍ରକ ଆମ୍ବ ଚଢ଼ା ଦରରେ ଆନ୍ଧ୍ର ନେଇ ଯାଉଛନ୍ତି।

Leave A Reply

Your email address will not be published.