ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୮- ୦୧ -୨୦୨୨ )

ମେଷ: ବହୁ ପରିଶ୍ରମ କରି ସୁଫଳ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳତା ପାଇବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି।

ବୃଷ: ଉଚ୍ଚ ଆଶା ପୂରଣ ହେବ। ମହିଳାମାନେ ସମ୍ମାନ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ଚାକିରିରେ ନିଷ୍ଠାପର ରହିବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ମିଥୁନ: ଆର୍ଥିକ କାରବାରକୁ ନେଇ ବିବାଦ ଉପୁଜିପାରେ । ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟରେ ସମସ୍ୟା ଦେଖାଦେବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍‌।

କର୍କଟ: ଦିନଟି ଆମୋଦପ୍ରମୋଦ ଭିତରେ କଟିବ। ରାଜନୀତିରେ ପ୍ରଶଂସା ପାଇବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଆଶାଜନକ ଫଳ ପାଇବେ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ-୯ ,ଶୁଭ ରଙ୍ଗ-ମେରୁନ୍‌।

ସିଂହ: ଦିନଟି ବ୍ୟସ୍ତତାଭିତରେ କଟିବ। କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କନ୍ୟା: ଦୀର୍ଘଦିନର କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ- ସବୁଜ।

ତୁଳା: ଅନେକ ଉପାୟରେ ଆୟ କରିବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍‌।

ବିଛା: କର୍ମକ୍ଷେତ୍ରରେ ମନ୍ଥର ରହିବେ। ଅନ୍ୟପାଇଁ ଅସୁବିଧାରେ ପଡ଼ିପାରନ୍ତି। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ମାନ୍ଦାରହିବ। ଶିକ୍ଷାର୍ଥୀ ଅବହେଳା କରିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍‌।

ଧନୁ: କାର୍ଯ୍ୟହାନି ଓ ମନସ୍ତାପ ଦେଖାଦେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପ୍ରଭାବିତ ହୋଇପାରନ୍ତି। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।

ମକର: ଦିନଟି ଆଶାନୁରୂପ ଫଳ ପାଇବେ। ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍‌।

କୁମ୍ଭ: କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ। ରାଜନୀତିରେ ଶତ୍ରୃଜୟୀ ହେବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା।

ମୀନ: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ହତୋତ୍ସାହ ରହିବେ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିପାରେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ।ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

Leave A Reply

Your email address will not be published.