ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୧ – ୦୯ – ୨୦୨୨ )

ମେଷ: ଭାବନାରେ ହଜି ସମୟ ନଷ୍ଟ କରନ୍ତୁ ନାହିଁ। ପରିବାରରେ ସୃଷ୍ଟି ହୋଇଥିବା ଭୁଲ ବୁଝାମଣାକୁ ସମାଧାନ କରିବେ। ବିଭିନ୍ନ ଦିଗରୁ ବାନ୍ଧି ହୋଇ ରହିବା ପରି ମନେ କରିପାରନ୍ତି।

ବୃଷ: କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରି ସଫଳତା ହାସଲ କରିବେ। ସାଙ୍ଗସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ବରିଷ୍ଠ ବ୍ୟକ୍ତିଙ୍କଠାରୁ ଶିକ୍ଷା ଗ୍ରହଣ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ।

ମିଥୁନ: ମାନସିକ ଚିନ୍ତା ବଢ଼ିବାକୁ ଲାଗିବ। ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରି ସଫଳ ହେବେ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ସ୍ବାସ୍ଥ୍ୟହାନି ହୋଇପାରେ।

କର୍କଟ: ପ୍ରିୟଜନଙ୍କ ପାଇଁ ବ୍ୟଥିତ ହେବେ। ସାଙ୍ଗସାଥୀଙ୍କ ସହଯୋଗରେ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ। ସନ୍ତାନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ନୂତନ ନିବେଶ କରି ଲାଭବାନ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ସମ୍ପର୍କରେ ତିକ୍ତତା ଉପୁଜିପାରେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବାକୁ ଲାଗିବ। ଜୀବନସାଥୀଙ୍କ ସହ ସମ୍ପର୍କରେ ଭୁଲ ବୁଝାମଣା ଦେଖାଦେଇପାରେ।

ତୁଳା: କୌଣସି ଶୁଭ ଖବର ପାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇପାରେ।

ବିଛା: ଉତ୍ତମ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସମୟର ସଦୁପଯୋଗ କରିବେ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

ଧନୁ: ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନିଜ ଭାବନା ଉପରେ ନିୟନ୍ତ୍ରଣ କରନ୍ତୁ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: କର୍ମକ୍ଷେତ୍ରରେ ଥିବା ଦାୟିତ୍ବକୁ ସୂଚାରୁରୂପରେ ସମାପନ କରିବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ପଦୋନ୍ନତିର ସୁଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ଆଗମନ ଘଟିବ।

କୁମ୍ଭ: ଆଜି ଦିନରେ କିଛି ନୂଆ କରି ଦେଖାଇବେ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ସମାପନ କରିବେ। ବରିଷ୍ଠ ଅଧିକାରୀଙ୍କଠାରୁ ପରାମର୍ଶ ପାଇବେ। ଅନ୍ୟକୁ ସାହାଯ୍ୟ କରି ଅଡୁଆରେ ପଡ଼ିବେ।

ମୀନ: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

Leave A Reply

Your email address will not be published.