ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଜୋମାଟୋ ଲଞ୍ଚ କଲା ‘ଶୁଦ୍ଧ ଭେଜ୍ ମୋଡ୍’, ବାଦ ପଡ଼ିବେ ନନଭେଜ୍ ରେସ୍ତୋରାଁ

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଗ୍ରାହକଙ୍କ ପାଇଁ ‘ଶୁଦ୍ଧ ଭେଜ୍ ମୋଡ୍’ ଏବଂ ‘ଶୁଦ୍ଧ ଭେଜ୍ ଫ୍ଲିଟ’ ଲଞ୍ଚ କରିଛି। ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ଦିନ ନିଜେ ସୋସିଆଲ ମଡିଆ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।


ଗ୍ରାହାକଙ୍କ ଖାଦ୍ୟପେୟ ପସନ୍ଦ ପାଇଁ ସମାଧାନ କରିବାକୁ, ଆମେ ଆଜି ଜୋମାଟୋ ଉପରେ “ଶୁଦ୍ଧ ଭେଜ୍ ଫ୍ଲିଟ” ସହିତ “ଶୁଦ୍ଧ ଭେଜ୍ ମୋଡ୍” ଆରମ୍ଭ କରିଛୁ ବୋଲି କହିଛନ୍ତି ଦୀପିନ୍ଦର ଗୋୟଲ। ଯେଉଁ ଗ୍ରାହକମାନେ ଶତପ୍ରତିଶତ ଶାକାହାରୀ ଖାଦ୍ୟପେୟ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଏହା ଏକ ନୂତନ ଅନୁଭୂତି ରହିବ।

Article Bottom (Mobile Only)

ଖାଦ୍ୟ ବିତରଣ କମ୍ପାନୀର ପ୍ରତିଷ୍ଠାତା ଉଲ୍ଲେଖ କରିଛନ୍ତି ଯେ, ଦେଶର ଶାକାହାରୀମାନଙ୍କଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ଭାରତରେ ଶାକାହାରୀ ଶତକଡ଼ା ସର୍ବାଧିକ। ସେମାନଙ୍କଠାରୁ ଆମେ ପାଇଥିବା ଗୁରୁତ୍ୱପୂର୍ଣ୍ଣ ମତାମତ ହେଉଛି ଯେ, ସେମାନଙ୍କର ଖାଦ୍ୟ କିପରି ରନ୍ଧାଯାଏ ଏବଂ ଖାଦ୍ୟ କିପରି ପରିଚାଳିତ ହୁଏ ସେ ସମ୍ବନ୍ଧରେ ସେମାନେ ବିଶେଷ ଧ୍ୟାନ ଦେଇଥାନ୍ତି। ଆମେ ଏହାକୁ ଦୃଷ୍ଟିରେ ରଖି ଏହି ଭେଜ୍ ମୋଡ ଆରମ୍ଭ କରିଛୁ।

ଖାଣ୍ଟି ଭେଜ୍ ମୋଡରେ ଥିବା ରେଷ୍ଟୁରାଣ୍ଟଗୁଡିକ ଆଉଟଲେଟର ଏକ ତାଲିକା ପ୍ରସ୍ତୁତ କରାଯିବ। ଯାହା କେବଳ ଶାକାହାରୀ ଖାଦ୍ୟ ରାନ୍ଧିବା ଏବଂ ପରିବେଷଣ କରୁଥିବେ। ନନଭେଜ ରେଷ୍ଟୁରାଣ୍ଟଙ୍କୁ ଏଥିରୁ ସମ୍ପୂର୍ଣ୍ଣ ବାଦ ଦିଆଯିବ।

Leave A Reply

Your email address will not be published.