ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଦାନ୍ତ ଫେକର ଚାର୍ଜକ୍ରୋମରେ ପୋଡିଯାଇଥିବା ଶ୍ରମିକ ମୃତ

ଭଦ୍ରକ: ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ସିକିତ୍ସାଧୀନ ଥିଲେ। ପୂର୍ବରୁ ଅନ୍ୟ ଗୁରୁତର ରାନ୍ଦିଆ କୋରାନ୍ଟ ଗ୍ରାମର ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ କମ୍ପାନୀ ଫର୍ଣ୍ଣେସ ଚାର୍ଜିଙ୍ଗ ବେଳେ ଉକ୍ତ ଦୁଇଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରେ ଗ୍ରୀନ କରିଡର ମଧ୍ୟରେ ବିମାନ ବନ୍ଦର ନିଆଯାଇ ଏୟାର ଲିଫ୍ଟରେ ମୁମ୍ବାଇ ନିଆଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ କମ୍ପାନୀ ଗେଟ୍‌ ଆଗରେ ପୋଲିସ ମୁତୟନ ରହିଛନ୍ତି।

Leave A Reply

Your email address will not be published.