ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାହୁକାଳ କ’ଣ : କାହିଁକି ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ…….

ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ପଞ୍ଜିକାରୁ ଶୁଭ ମୁହୂର୍ତ୍ତର ବିଚାର କରାଯାଏ। କୁହାଯାଏ, ଶୁଭ ମୁହୂର୍ତ୍ତରେ କରାଯାଉଥିବା କାର୍ଯ୍ୟ ସବୁବେଳେ ସଫଳ ହୋଇଥାଏ। ଶୁଭ ମୁହୂର୍ତ୍ତର କାଳ ଗଣନାରେ ଅଶୁଭ ମୁହୂର୍ତ୍ତକୁ ମଧ୍ୟ ଧ୍ୟାନରେ ରଖାଯାଏ। ବିଶେଷକରି ଅଶୁଭ ମୁହୂର୍ତ୍ତ ଭାବେ ରାହୁକାଳ ଉପରେ ଗୁରୁତ୍ବ ଦିଆଯାଏ। ରାହୁକାଳରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ବାରଣ ରହିଛି। ତେବେ ରାହୁକାଳ କ’ଣ ଏବଂ ଏ ସମ୍ପର୍କରେ ହିନ୍ଦୁ ପଞ୍ଚାଙ୍ଗରେ କ’ଣ କୁହାଯାଇଛି, ଜାଣିବା ସେ ସମ୍ପର୍କରେ।

ରାହୁକାଳ: ହିନ୍ଦୁ ପଞ୍ଚାଙ୍ଗରେ ଏହା ଅଶୁଭ ସମୟ। ‘ରାହୁକାଳ’ର ଅର୍ଥ ହେଉଛି ‘ରାହୁ’ ଏବଂ ‘କାଳ।’ ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହକୁ କ୍ରୁର ବୋଲି ବିବେଚନା କରାଯାଏ। ରାହୁ ଦୋଷରେ ମାନସିକ, ଶାରୀରିକ ଏବଂ ଆର୍ଥିକ କ୍ଷତି ଭୋଗିବାକୁ ପଡ଼ିଥାଏ। ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରାଯିବା ଅନୁଚିତ।

କିପରି କରାଯାଏ ଗଣନା: ରାହୁକାଳର ଗଣନା ଗ୍ରହଙ୍କ ସ୍ଥିତି ଆଧାରରେ କରାଯାଏ। ପ୍ରତିଦିନ ରାହୁକାଳ ପ୍ରାୟ ଘଣ୍ଟାଏ ୩୬ ମିନିଟ୍ ପାଇଁ ରହିଥାଏ। ଏହି ଅବଧି ସ୍ଥାନ ଓ ସ୍ଥିତି ଅନୁସାରେ ଭିନ୍ନ ହୋଇଥାଏ। କାରଣ ଏହାର ଗଣନା ସୂର୍ଯ୍ୟାସ୍ତ ଓ ସୂେର୍ଯ୍ୟାଦୟ ସମୟ ଆଧାରରେ କରାଯାଏ।

କ’ଣ କରିବେ ଓ କ’ଣ ମନା

  • ଏହି ସମୟରେ ପୂଜାପାଠ କରିପାରିବେ।
  • ରାହୁକାଳରେ ଲେଖାପଢ଼ା କରିବାକୁ ଶୁଭ ବୋଲି କୁହାଯାଏ।
  • ଏହି ସମୟରେ ମନ୍ତ୍ର ଜପ କରିବା, ଧ୍ୟାନ କରିବା, ଭଗବାନଙ୍କ ନାମ ସ୍ମରଣ କରିବା ମଙ୍ଗଳଦାୟକ।
  • ରାହୁକାଳରେ କରାଯାଉଥିବା କାର୍ଯ୍ୟ ମନକୁ ଶାନ୍ତ ଓ ପ୍ରସନ୍ନ ରଖିବାରେ ସାହାଯ୍ୟ କରେ।
  • ଏହି ସମୟରେ ଗୃହ ପ୍ରବେଶ, ମୁଣ୍ଡନ, ନାମକରଣ ଭଳି ଶୁଭକାର୍ଯ୍ୟ କରିବା ଅନୁଚିତ।
  • ରାହୁକାଳରେ କୌଣସି ଗରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବାରୁ ଦୂରେଇ ରୁହନ୍ତୁ।
Leave A Reply

Your email address will not be published.