ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୦୨–୧୧–୨୦୨୨ )

ମେଷ: ଅନୁଭବୀ ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇବେ। ପରିବାର ସଦସ୍ୟଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ପସନ୍ଦ ଅନୁଯାୟୀ କାର୍ଯ୍ୟ କରିବେ।

ବୃଷ: ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। ରୋଜଗାରର ନୂତନ ପଥ ପାଇବେ। ସହକର୍ମୀଙ୍କୁ ମନକଥା କହି ସନ୍ତୋଷ ଲାଭ କରିବେ। ସନ୍ତାନସନ୍ତତିଙ୍କର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ମହିଳାମାନେ ଆତ୍ମନିରର୍ଭରଶୀଳ ହେବେ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ନାହିଁ।

କର୍କଟ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସମୟର ସଦୁପଯୋଗ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ନିଜ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ବରିଷ୍ଠ ଅଧିକାରୀଙ୍କଠାରୁ ପୁରସ୍କାର ପାଇପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ପ୍ରଶଂସାର ପାତ୍ର ହେବେ। ଆୟର ନୂତନ ପଥ ପାଇବେ। ପରିବାରରେ କୌଣସି ବିଷୟକୁ ନେଇ ମତାନ୍ତର ଦେଖାଯାଇପାରେ ।

କନ୍ୟା: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଉତ୍ସାହର ସହ ଦିନଟି କଟିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି।

ତୁଳା: ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ପୂର୍ବକଥା ଭାବି ଚିନ୍ତାଗ୍ରସ୍ତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକସ୍ଥିତି ମଜଭୁତ୍‌ ରହିବ। ଦାମ୍ପତ୍ୟ ଜୀବନରେ ବାଦବିବାଦ ସ୍ଥିତି ଉପୁଜିପାରେ।

ବିଛା: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ନିଜର ବ୍ୟବହାର ପାଇଁ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ଧନୁ: କୋର୍ଟକଚେରୀ ମାମଲାରେ ଦୂରଯାତ୍ରା କରିପାରନ୍ତି। ଧାର ଦେଇଥିବା ଧନ ଫେରିପାଇବେ। ଗୁରୁଜନଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର:ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ବେରୋଜଗାରୀ ରୋଜଗାରକ୍ଷମ ହେବେ। ଆର୍ଥିକସ୍ଥିତି ବିଗିଡ଼ି ଯାଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

କୁମ୍ଭ: କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିବେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

Leave A Reply

Your email address will not be published.