ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିସି ବ୍ରିଜ୍‌‌ରୁ ଡେଇଁଲେ ଭିସୁଟ୍‌‌ ଛାତ୍ରୀ, ଖୋଜୁଛି ଅଗ୍ନିଶମ ବାହିନୀ

ବୁର୍ଲା : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌‌)ର ସମାବର୍ତ୍ତନ ଉତ୍ସବକୁ ଡିଗ୍ରୀ ସାର୍ଟିଫିକେଟ ନେବାକୁ ଆସିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପିସି ବ୍ରିଜ୍‌‌ରୁ ପାୱାର ଚ୍ୟାନେଲକୁ ଡେଇଁ ପଡ଼ିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। ଖବରରୁ ଜଣାପଡ଼ିଛି ଯେ ଉତ୍ସବସ୍ଥଳୀରେ କୁଳପତିଙ୍କ ନିକଟରୁ ଚିନ୍ମୟୀ ମଧ୍ୟ ତାଙ୍କ ଡିଗ୍ରୀ ସାର୍ଟିଫିକେଟ ଗ୍ରହଣ କରିଥିଲେ। ସେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଛାତ୍ରୀ ଥିଲେ। ରାତି ୯ଟାରେ ଚିନ୍ମୟୀ ତାଙ୍କ ବନ୍ଧୁଙ୍କ ସହିତ ଏକ ବାଇକ ଓଡି୦୨ଟି-୭୦୧୮ ଯୋଗେ ବୁଲିବାକୁ ପିସି ବ୍ରିଜ୍‌‌ ଆଡକୁ ଆସିଥିଲେ। ରାତି ୯ଟା ପରେ ଉକ୍ତ ଯୁବକ କାନ୍ଦୁଥିବା ଦେଖି ତାଙ୍କୁ ପଚାରିବାରୁ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ।

ଖବର ପାଇ ସେମାନଙ୍କ ସାଙ୍ଗ ସାଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ଓ ବୁର୍ଲା ଥାନାର କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ। ଚିନ୍ମୟୀଙ୍କ ସନ୍ଧାନ ନେବା ପାଇଁ ପୁଲିସ ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ଅନୁଯାୟୀ ଉକ୍ତ ଯୁବତୀ ବଲାଙ୍ଗିର ଜିଲ୍ଲାର। ପୁଲିସ ଛାତ୍ରୀଙ୍କ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଉକ୍ତ ଛାତ୍ରୀ ଜଣଙ୍କ କ୍ୟାମ୍ପସ ଚୟନ ହୋଇଥିବା ବେଳେ ତାଙ୍କ ବନ୍ଧୁଙ୍କୁ ସୁଯୋଗ ମିଳି ନ ଥିଲା। ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନି। ରାତି ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପୁଲିସ ଜବତ କରିଥିବା ବାଇକ୍‌‌ର ମାଲିକ ପ୍ରତ୍ୟୁଷ ରଞ୍ଜନ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.