ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଛୁଇଁଲା ନୂଆ ଶିଖର: ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଇଶ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆଜି ପୂର୍ବାହ୍ନ ସାଢେ ୧୧ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ବିକ୍ରମ-ଏସକୁ ଉତକ୍ଷେପଣ କରାଯାଇଛି। ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟ୍ ର ନାମକରଣ ହୋଇଛି । ସ୍କାଇରୁଟ୍ ଏରୋସ୍ପେସର ପ୍ରଥମ ମିଶନ୍, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି। ବିକ୍ରମ-ଏସ୍‌ ମହାକାଶରେ ୮୧ କିଲୋମିଟର ପର୍ଯ୍ଯନ୍ତ ଯାତ୍ରା କରିବ । ଏହାର ଲମ୍ବ ୬ମିଟର ହୋଇଥିବା ବେଳେ ଏହି ରକେଟ୍‌ରେ ଥ୍ରୀଡି ପେଣ୍ଟିଂ କରାଯାଇଛି ।

ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି। ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।

Leave A Reply

Your email address will not be published.