ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ କାର୍ଯ୍ଯାଳୟର ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ କାର୍ଯ୍ଯାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓଙ୍କ କାର୍ଯ୍ଯାଳୟ , ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଗାଁରେ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଚଢାଉରେ ଭିଜିଲାନ୍ସର ୩ ଟି ଟିମ ସାମିଲ ରହିଛନ୍ତି । ତେବେ ଚଢାଉ ସମୟରେ ଅନେକ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨ଟି ବିଲ୍ଡିଂ ଓ ୩ଟି କାର୍ ଜବତ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.