ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୨ ଘଣ୍ଟାର ମାରାଥନ ରେଡ୍ ପରେ ଗିରଫ ହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

ଭୁବନେଶ୍ୱର: ୧୧ଟି ସ୍ଥାନରେ ୨୨ ଘଣ୍ଟାର ମାରାଥନ ରେଡ୍ ପରେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିଲା । କଟକ, ଭୁବନେଶ୍ୱର ସମେତ ୧୧ଟି ସ୍ଥାନରେ ରେଡ୍ କରିଥିଲା ଭିଡିଲାନ୍ସ ।

ସୂଚନା ଅନୁଯାୟୀ, ରେଡ୍ ବେଳେ ବିଏମଡବ୍ଲୁ କାର ସମେତ ୩ଟି କାର ଠାବ ହୋଇଛି। ୨୨ ଲକ୍ଷ ଟଙ୍କାର ବାଇକ୍ ସମେତ ୩ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୨ଟି ବିଦେଶୀ ପୋଷା କୁକର କୁକୁର ମଧ୍ୟ ରଖିଥିଲେ ତ୍ରିନାଥ । ଭିଜିଲାନ୍ସ ଅଧକେଜିରୁ ଅଧିକ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଜବତ କରିଛି ।

Leave A Reply

Your email address will not be published.