ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଲୋକରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ : ଜୀବନ ଯୁଦ୍ଧରେ ହାରିଗଲେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୫ ନଭେମ୍ଵରରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦେହାନ୍ତ ହୋଇଛି।

ସୂଚନା ମୁତାବକ ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ପୁଣେରେ ଥିବା ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ ପ‌ରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଥି‌ଲେ ଡାକ୍ତର। ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରି ଆରପାରିକୁ ଚାଲିଯାଇଛନ୍ତି।ବିକ୍ରମଙ୍କ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅନେକ କଳାକାରାମାନେ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ ବିକ୍ରମ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ଅମିତାଭ ବଚ୍ଚନଙ୍କ ଅଗ୍ନିପଥ ଓ ସଞ୍ଜୟ ଲୀଲା ବଂଶାଲୀଙ୍କ ହମ ଦିଲ୍‌ ଚୁକେ ସନମରେ ତାଙ୍କ ଅଭିନୟ ଆଜି ଯାଏ ଲୋକମାନେ ମନେ ରଖିଛନ୍ତି। ଏହାବାଦ ମିଶନ ମଙ୍ଗଲ, ହିଚକି, ୟାରି, ବାଙ୍ଗ ବାଙ୍ଗ, ଦେ ଦନା ଦନ ଓ ଭୂଲ ଭୂଲେୟାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୦ ବର୍ଷ ଧରି ସିନେମା ଜଗତ ସହ ଜଡ଼ିତ ଥିବା ବିକ୍ରମ ଗୋଖଲେ ଏକାଧିକ ଟିଭି ଶୋ’ରେ ମଧ୍ୟ ନଜର ଆସିଥିଲେ। ନିଜ ୪୦ବର୍ଷର କ୍ୟାରିଅରରେ ସେ ଅନେକ ଟିଭି ସୋ’ରେ ମଧ୍ୟ ଅଭିନୟ କରିଥିଲେ।

ବିକ୍ରମ ଗୋଖଲେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୦ରେ, ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହା ସହ ମରାଠୀ ଫିଲ୍ମ ‘ଆଘଟ’ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।

Leave A Reply

Your email address will not be published.