ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକା: ଘରେ ପଶି ୮ ଜଣଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଆମେରିକାର ୟୁଟାରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୮ ମୃତକଙ୍କ ମଧ୍ୟରେ ୫ ଜଣ ପିଲା ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁଳିକାଣ୍ଡ ହୋଇଥିବା ଅଞ୍ଚଳରେ ପାଖାପାଖି ୮୦୦୦ ଲୋକ ରୁହନ୍ତି। ତେବେ ଘରେ କେହି ପଶି କିଭଳି ଗୁଳିକାଣ୍ଡ ଘଟଣା ଘଟାଇଛି, ତାହା ସମସ୍ତଙ୍କୁ ଆଶ୍ଟର୍ଯ୍ଯ କରିଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ଗୁଳି କିଏ ଚଳାଇଛି ଆଉ କ’ଣ ପାଇଁ ଚଳାଇଛି, ତାହାକୁ ନେଇ ଯାଞ୍ଚ କରାଯାଉଛି। ତେବେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ନୂଆବର୍ଷ ପରଠାରୁ ମାତ୍ର ୩ ଦିନରେ ଏପର୍ଯ୍ଯନ୍ତ ଗୁଳିକାଣ୍ଡରେ ୧୩୦ ଜଣ ପ୍ରାଣ ହରାଇସାରିଲେଣି । ୩୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକାର ଏକ ମଲ୍‌ରେ ଗୁଳିକାଣ୍ଡ ହୋଇଥିଲା।

 

Leave A Reply

Your email address will not be published.