ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଇଜରଲ୍ୟାଣ୍ଡ୍‌କୁ ବଳିଗଲା ଆମେରିକା: କଳା ଧନ ଲୁଚାଇବାକୁ ଆମେରିକା ସୁରକ୍ଷିତ ସ୍ଥାନ

ୱାଶିଂଟନ୍: କଳା ଟଙ୍କା ଲୁଚାଇବା ପାଇଁ ସାରା ବିଶ୍ୱରେ ସ୍ୱିଜରଲ୍ୟାଣ୍ଡକୁ ସବୁଠୁ ନିରାପଦ ସ୍ଥାନ ଭାବେ ବିବେଚନା କରାଯାଏ। ହେଲେ ଏବେ ସୁଇଜରଲ୍ୟାଣ୍ଡ୍‌କୁ ଏ କ୍ଷେତ୍ରରେ ଟପିଯାଇଛି ଆମେରିକା। ବର୍ତ୍ତମାନ ସମୟରେ ଆମେରିକା ହୋଇଛି କଳା ଧନ ଲୁଚାଇବାର ସବୁଠୁ ସୁରକ୍ଷିତ ସ୍ଥାନ ବୋଲି ପରାମର୍ଶ ପ୍ରଦାନକାରୀ ଗ୍ରୁପ ଟିକସ ଜଷ୍ଟିସ୍ ନେଟୱାର୍କ (ଟିଜେଏନ୍‌)ର ସର୍ବଶେଷ ଅନୁସନ୍ଧାନ ରିପୋର୍ଟରେ ଏହା କୁହାଯାଇଛି।

ଆମେରିକାରେ ୨୦୨୦ଠାରୁ ବିଶ୍ବ ଆର୍ଥିକ ସୁରକ୍ଷା କ୍ଷେତ୍ରରେ ପ୍ରାୟ ଏକ ତୃତୀୟାଂଶ ଅଭିବୃଦ୍ଧି ହାସଲ କରିଛି। ଟିଜେଏନ୍‌ ରିପୋର୍ଟ ଅନୁଯାୟୀ, ସମ୍ପତ୍ତିର ମାଲିକାନା ଲୁଚାଇବାରେ ଭଲ ଆର୍ଥିକ ଏବଂ ଆଇନଗତ ସହାୟତା ଆମେରିକାଠାରୁ ଅାଉ କୌଣସି ଦେଶରେ ମିଳିବ ନାହିଁ। ମାଲିକାନା ଲୁଚାଇବା କ୍ଷେତ୍ରରେ ଆର୍ଥିକ ଏବଂ ଆଇନଗତ ସହାୟତା କେତେ ସହାୟ ତାହା ଉପରେ ଆଧାର କରି ଟିଜେଏନ୍‌ ୨୦୦୯ଠାରୁ ବିଭିନ୍ନ ଦେଶର Ñକିଙ୍ଗ୍‌ ପ୍ରସ୍ତୁତ କରିଛି। ଏଜେନ୍ସି ର଼୍ୟାଙ୍କିଙ୍ଗରେ ଆମେରିକାକୁ ଶୀର୍ଷ ସ୍ଥାନରେ ରଖିଛି। ଆମେରିକା ପାଇଁ ଏ ଯାଏ ଏହା ହେଉଛି ସବୁଠାରୁ ଖରାପ ମାନ୍ୟତା। ବିଶ୍ବର ୭ ସବୁଠୁ ଧନୀ ଦେଶ ତତଶ ଜି-୭ ଦେଶ ମଧ୍ୟରୁ ଆମେରିକା, ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀ ଭଳି ୫ ଦେଶ ଆର୍ଥିକ ନିରାପତ୍ତା କ୍ଷେତ୍ରରେ ବିଶ୍ବ ଅଗ୍ରଗତିର ଅଧାରୁ ଅଧିକ ବିକାଶ ରୋକିବା ପାଇଁ ଦାୟୀ। ତେବେ ସ୍ୱଚ୍ଛ ଆଇନ କାର୍ଯ୍ୟକାରୀ କରିବାରେ ଜର୍ମାନୀର ପ୍ରଦର୍ଶନ ଦୁର୍ବଳ ରହିଛି। ତେଣୁ ଜର୍ମାନୀ ର଼୍ୟାଙ୍କିଙ୍ଗରେ ସପ୍ତମ ସ୍ଥାନରେ ରହିଛି। ଟିକସ ଜଷ୍ଟିସ୍ ନେଟୱାର୍କର ମୁଖ୍ୟ ଗବେଷକ ମୋରାନ୍ ହରାରିଙ୍କ କହିବାନୁସାରେ, ଜି-୭ ହେଉଛି ଧନୀ ଦେଶମାନଙ୍କର ଏକ ଛୋଟ ଗୋଷ୍ଠୀ, ଯାହା ଆର୍ଥିକ ରହସ୍ୟ ଏବଂ ଟିକସ ସଞ୍ଚୟ ପାଇଁ ବିଶ୍ୱ ନିୟମ ବଦଳାଇଥାଏ। ଯଦି ଆମେରିକା ଅନ୍ୟ ପ୍ରମୁଖ ଅର୍ଥନୀତି ସହିତ ସୁସଂଗତ ଭାବରେ କାର୍ଯ୍ୟ କରେ, ତେବେ ବିଶ୍ବର ଆର୍ଥିକ ଗୋପନୀୟତା ୪୦ ପ୍ରତିଶତ ହ୍ରାସ ହୋଇପାରିବ ଏବଂ ସ୍ୱଚ୍ଛତା ମଧ୍ୟ ବୃଦ୍ଧି ପାଇପାରିବ। ଏହି ର଼୍ୟାଙ୍କିଙ୍ଗରେ ସ୍ୱିଜରଲ୍ୟାଣ୍ଡର ସ୍ଥିତି ବର୍ତ୍ତମାନ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଆମେରିକା ତୁଳନାରେ ଏଠାରେ ଆର୍ଥିକ ଗୋପନୀୟତାର ସୁବିଧା ଅଧା। ପୂର୍ବରୁ କେମାନ୍ ଦ୍ୱୀପପୁଞ୍ଜ ପ୍ରଥମ ସ୍ଥାନରେ ରହିଥିଲା, ବର୍ତ୍ତମାନ ଏହା ୧୪ତମ ସ୍ଥାନକୁ ଖସିଆସିଛି। ଏହାର କାରଣ ହେଉଛି ଆର୍ଥିକ ସେବା ସ୍ତରରେ ହ୍ରାସ।

Leave A Reply

Your email address will not be published.