ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଠାବ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ। ଯୁବକଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଝିଅକୁ ଭଲ ପାଉଥିଲେ । ଝିଅର ବାହାଘର ପରେ ବି ତା ସହ ସମ୍ପର୍କରେ ଥିଲେ ଅବିନାଶ । ବୁଧବାର ଝିଅ ଘର ଲୋକେ ଅବିନାଶକୁ ମାଡ ମାରିବା ସହ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.