ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରକ୍ଷା ବନ୍ଧନ: ରାଖି ଥାଳିରେ ରଖନ୍ତୁ ଏହିସବୁ ଜିନିଷ ….

ରକ୍ଷାବନ୍ଧନ ଦିନ ଭଉଣୀ ତା’ ଭାଇର ମଙ୍ଗଳକାମନା କରି ଭାଇ ହାତରେ ରାଖି ବାନ୍ଧି ସିନ୍ଦୂର, ଚନ୍ଦନ ଆଦି ଲଗାଇ ବନ୍ଦାପନା କରିଥାଏ। ରାଖି ବାନ୍ଧିବା ସମୟରେ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଜରୁରୀ। ତେବେ ଏସବୁ ନୀତିନିୟମ ସହିତ ରାଖି ଥାଳିରେ କେଉଁସବୁ ଜିନିଷ ରହିବା ଆବଶ୍ୟକ ଏବଂ ସେଗୁଡ଼ିକୁ ମହତ୍ତ୍ବ କ’ଣ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତ ବା ଗୋଟା ଅରୁଆ ଚାଉଳକୁ ସାମିଲ୍‌ କରାଯାଏ। ଅକ୍ଷତ ହେଉଛି ପୂର୍ଣ୍ଣତାର ପ୍ରତୀକ। ତେଣୁ ରାଖି ଥାଳିରେ ନିଶ୍ଚିତ କିଛି ଚାଉଳ ରଖନ୍ତୁ ଏବଂ ଭାଇଙ୍କୁ ତିଳକ ଲଗାଇବା ପରେ ତାଙ୍କ ମୁଣ୍ଡରେ ଚାଉଳ ଲଗାନ୍ତୁ। ଏଭଳି କରିବା ଦ୍ବାରା ଈଶ୍ବରୀୟ କୃପା ସହ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ।

-ରାଖି ଥାଳିରେ ଥିବା ଦୀପକୁ ପ୍ରଜ୍ବଳିତ କରି ରଖନ୍ତୁ। ଦୀପ ଦ୍ବାରା ଭାଇଙ୍କୁ ବନ୍ଦାପନା କଲେ ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୁଏ।

-କୁଙ୍କୁମ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। କୁଙ୍କୁମ ଦ୍ବାରା ତିଳକ କଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।

-କୁଙ୍କୁମ ପରେ ଭାଇର ମଥା ଉପରେ ଚନ୍ଦନ ଟୀକା ଲଗାଇବା ଦ୍ବାରା ଶ୍ରୀବିଷ୍ଣୁ ଓ ଗଣେଶଙ୍କ ଆଶୀର୍ବାଦ ମିଳିଥାଏ।

 

Leave A Reply

Your email address will not be published.