ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୧ – ୦୮ – ୨୦୨୨ )

ମେଷ: କିଛି ବଡ଼ ଯୋଜନା କରି ସଫଳ ହୋଇପାରନ୍ତି। ବରିଷ୍ଠ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ବଢ଼ିବ। ଆର୍ଥିକ ସ୍ତରରେ ଲାଭବାନ ହେବେ। ଧାର୍ମିକ କାର୍ଯ୍ୟରେ ସମୟ କଟାଇବେ।

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଅଡୁଆ ପରିସ୍ଥିତିକୁ ସମାଧାନ କରିବାରେ ସଫଳ ହେବେ। ପରିବାର ସହ ଧାର୍ମିକସ୍ଥଳୀ ଯାଇପାରନ୍ତି। ନୂତନ ଚିନ୍ତାଧାରା ରଖି କର୍ମକ୍ଷେତ୍ରରେ କାର୍ଯ୍ୟ କରିବେ।

ମିଥୁନ: ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ବଡ଼ମାନଙ୍କ କଥାକୁ ଗୁରୁତ୍ବ ଦିଅନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଜୀବନରେ କିଛି ନୂତନ ପରିବର୍ତ୍ତନ ଦେଖାଦେଇପାରେ।

କର୍କଟ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ସହକର୍ମୀଙ୍କ ସହଯୋଗ ପାଇ ଜଟିଳ କାମକୁ ସହଜରେ କରିପାରିବେ। ଭାଇଭଉଣୀ ସମ୍ପର୍କରେ ଦୃଢ଼ତା ଦେଖା ଦେବ।

ଏଥିସହିତ ପଢ଼ନ୍ତୁ

ସିଂହ: ଜୀବନରେ ଆଗକୁ ବଢ଼ିବା ପାଇଁ କିଛି ନୂତନ ଅବସର ପାଇପାରନ୍ତି। ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ। ଆପଣଙ୍କ କାର୍ଯ୍ୟରେ ଅନ୍ୟମାନେ ପ୍ରଭାବିତ ହେବେ। ପଦୋନ୍ନତିର ଯୋଗ ରହିଛି।

କନ୍ୟା: ଦିନଟି ସକାରାତ୍ମକ ଚିନ୍ତାରେ ଆରମ୍ଭ କରିବେ। ବହୁ ଚେଷ୍ଟା ସତ୍ତ୍ବେ ଅସଫଳତା ପାଇପାରନ୍ତି। ଦୂରଯାତ୍ରାରୁ ଲାଭବାନ୍‌ ହୋଇପାରନ୍ତି। ନୂତନ ଆୟର ପଥ ପାପ୍ତି ହୋଇପାରେ।

ତୁଳା: ପୁରୁଣା ରୋଗ ପାଇଁ କଷ୍ଟ ପାଇପାରନ୍ତି। ଆର୍ଥିକ ଅନଟନ ଯୋଗୁଁ ଅଶାନ୍ତି ଦେଖା ଦେଇପାରେ। କର୍ମକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଉପଦେଶ ଦେବାରୁ ଦୂରେଇ ରୁହନ୍ତୁ।

ବିଛା: ପୂର୍ବରୁ କରିଥିବା ଯୋଜନା ଫଳପ୍ରଦ ହୋଇପାରେ । ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। କ୍ୟାରିୟରରେ ଆଗକୁ ବଢ଼ିବାର ନୂତନ ରାସ୍ତା ପାଇପାରନ୍ତି।

ଧନୁ: ନୂତନ ନିବେଶରୁ ଦୂରେଇ ରୁହନ୍ତୁ। ପରିବାରବର୍ଗଙ୍କ କଥାରେ ଦୁଃଖିତ ହୋଇପାରନ୍ତି। ପ୍ରିୟଜନଙ୍କ ସହ କୌଣସି କଥାକୁ ନେଇ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଅଯଥା ଖର୍ଚ୍ଚରେ ପଡ଼ିଯାଇପାରନ୍ତି।

ମକର: ବରିଷ୍ଠ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ଭାଇଭଉଣୀଙ୍କ ମଧ୍ୟରେ ତିକ୍ତତା ଉପୁଜିପାରେ।

କୁମ୍ଭ:ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ସନ୍ତାନ ତଥା ପରିବାରରେ କିଛି ଭଲ ପରିବର୍ତ୍ତନ ଦେଖାଦେବ। ପାଖ ଲୋକଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି। ଏକୁଟିଆ ରହିବାକୁ ପସନ୍ଦ କରିବେ।

ମୀନ: ଜୀବନସାଥୀଙ୍କ କଥାକୁ ଗୁରୁତ୍ବ ଦିଅନ୍ତୁ। ଉତ୍ସାହର ସହ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ କରିବେ। ଅନେକ ଦିନର ସ୍ବପ୍ନ ପୂରଣ ହୋଇପାରେ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

Leave A Reply

Your email address will not be published.