ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝଡ଼ବାତ୍ୟା ନେଇ ପାଣିପାଗ ବିଭାଗର ବଡ଼ ସୂଚନା : ୪୦ ରୁ ୫୦ କିମି ବେଗରେ ବହିବ ପବନ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର : ରାଜ୍ୟବ୍ୟାପୀ ଅସହ୍ୟ ତାତିରେ ଲୋକେ ସନ୍ତୁଳି ହେଉଥିବା ବେଳେ ଏଥିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। କାଲିଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବ। ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ଆସନ୍ତା ୬ ଏବଂ ୮ ତାରିଖରେ ସାଂଘାତିକ ସ୍ଥିତି ହେବ ବୋଲି ପାଣିପାଗ ବିଭାଗ କହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଏବଂ ୮ ତାରିଖରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ବହିବ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଏଥି ସହିତ ସମୁଦ୍ରରେ ସୁଉଚ୍ଚ ଲହଡ଼ି ଉଠିବା ଆଶଙ୍କା ରହିଛି। ଯେଉଁଥି ପାଇଁ ଏହି ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସଆରସି ମଧ୍ୟ ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। କାଳବୈଶାଖି ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଝଡବର୍ଷା ନେଇ ୮ ତାରିଖରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଛି।

Leave A Reply

Your email address will not be published.