ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷ ଠିକ୍‍ ସମୟରେ ଆସିବ ମୌସୁମୀ

ଏବର୍ଷ ଶୀଘ୍ର ଗରମ ଆସିବ

ଭୁବନେଶ୍ୱର,: ଚଳିତ ଡିସେମ୍ବର ମାସରେ ‘ଲା-ନିନା’ର ପ୍ରଭାବ ଥିବାବେଳେ ଆସନ୍ତା ଏପ୍ରିଲ୍‍ ମାସ ପର୍ଯ୍ୟନ୍ତ ଏହା ଜାରି ରହିବ। ମେ’ ମାସ ସୁଦ୍ଧା ‘ଲା-ନିନା’ ସ୍ୱାଭାବିକ ପ୍ରକ୍ରିୟାକୁ ଫେରିବ। ଏହା ଦ୍ୱାରା ବିଶ୍ୱର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। କଲମ୍ବିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଓଡ଼ିଶାରେ ଆସନ୍ତା ଜାନୁଆରୀ ଓ ଫେବୃଆରୀ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଫଳରେ ଶୀତ କମ ହେବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ମଧ୍ୟ ତାପମାତ୍ରା ଅଧିକ ରହିବ। ମେ’ ମାସରେ ପୂର୍ବ ବର୍ଷ ମାନଙ୍କ ପରି ତାପମାତ୍ରା ରହିବ।

ଅନ୍ୟପଟେ, ଜୁନ୍‍ରୁ ଅଗଷ୍ଟ ପର୍ଯ୍ୟନ୍ତ ‘ଲା-ନିନା’ କିମ୍ବା ‘ଏଲ୍‍-ନିନୋ’ର ପ୍ରଭାବ ନ ରହି ସ୍ଥିତି ସ୍ୱାଭାବିକ ରହିବ। ତେବେ ଜୁନ୍‍ ମାସରେ ତାପମାତ୍ରା ଅଧିକ ନ ରହିବା ହେତୁ ମୌସୁମୀ ଠିକ୍‍ ସମୟରେ ଫେରିବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଚଳିତ ସପ୍ତାହରେ ୨ ଓ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧ ଡିଗ୍ରୀ ସଲେସିୟସ କମିବାର ସମ୍ଭାବନା ଥିବା ବେଳେ ୫ରୁ ସମଗ୍ର ରାଜ୍ୟରେ ଶୀତ କମିବ। ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫-୭ ତାରିଖ ମଧ୍ୟରେ ୨ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଉଭୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ୪ ଡିଗ୍ରୀ ବଢ଼଼ିବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘଆ ହେବାର ସମ୍ଭାବନା ଥିବା ବେଳେ ସମ୍ଭବତଃ ଛତିଶଗଡ଼଼ ସୀମାନ୍ତ ଅଞ୍ଚଳରେ କେତେ ସ୍ଥାନରେ ହାଲକୁ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.