ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଆଜି ରାଜ୍ୟସଭାରେ ଆସିବ ଦିଲ୍ଲୀ ସେବା ବିଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ସର୍ଭିସ୍‌( ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ୍‌ ଦିଲ୍ଲୀ)ବିଲ୍‌ ଆଜି ରାଜ୍ୟସଭାରେ ଆଗତ କରାଯିବା ନେଇ ସୂଚନା ମିଳିଛି। ଗତ ଗୁରୁବାର ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇସାରିଛି। ତେବେ ଆସନ୍ତାକାଲି ଏହି ବିଲ ରାଜ୍ୟସଭାରେ ଉପସ୍ଥାପନ ହେବାକୁ ଯାଉଥିବା ବେଳେ ଶାସକ ଏବଂ ବିରୋଧୀ ସକ୍ରିୟ ହୋଇପଡ଼ିଛନ୍ତି। ଯଦି ରାଜ୍ୟସଭାରେ ଏହି ବିଲ୍‌କୁ ଅନୁମୋଦନ ମିଳେ ତେବେ କେନ୍ଦ୍ର ସରକାର ଗତ ମେ ’ ୧୯ ତାରିଖରେ ଆଣିଥିବା ଅଧ୍ୟାଦେଶ ଆଇନରେ ପରିଣତ ହେବ।

Article Bottom (Mobile Only)

ଏହାଦ୍ବାରା ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧୀକାରୀଙ୍କ ନିଯୁକ୍ତି ଓ ବଦଳିକୁ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରଖୀବ। ଏହାକୁ ଦିଲ୍ଲୀର ଆପ୍‌ ସରକାର ବିରୋଧ କରି ଆସୁଥିଲା ବେଳେ ଏହି ବିଲ୍‌କୁ ରାଜ୍ୟସଭାରେ ପାସ୍‌ ନ କରାଇବାକୁ ବିରୋଧୀ ମେଣ୍ଟର ବହୁ ଦଳକୁ ଏକାଠି କରିଛି। ଏହିକ୍ରମରେ ଆପ୍‌ ନିଜ ଦଳର ସମସ୍ତ ସାଂସଦଙ୍କ ପ୍ରତି ହ୍ବିପ୍‌ ଜାରି କରି ଆସନ୍ତା ଦୁଇ ଦିନ ସଂସଦରେ ଉପସ୍ଥିତ ରହିବାକୁ କହିଛି। ଆପ୍‌ ବ୍ୟତୀତ କଂଗ୍ରେସ ମଧ୍ୟ ନିଜର ସମସ୍ତ ସାଂସଦଙ୍କୁ ଏହି ବିଲ୍‌ ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କରିଛି।

Leave A Reply

Your email address will not be published.