ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୃଶଂସ ସ୍ବାମୀ: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେଲା ସ୍ବାମୀ

କଟକ: ନୃଶଂସ ପାଲଟିଲା ସ୍ବାମୀ।  ସ୍ତ୍ରର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ତାଙ୍କ ପତ୍ନୀଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେଇଥିବା ଜଣାପଡ଼ିଛି। ମାତ୍ର ସୌଭାଗ୍ୟ ବଶତଃ ମହିଳାଙ୍କୁ ଠିକ ସମୟରେ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ଉପରୁ ବିପଦ ଟଳିଯାଇଥିବା ଜଣାପଡ଼ିଛି । ଖବର ପାଇ ଭିଯୁକ୍ତକୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଭଦିମୂଳର ସନ୍ତୋଷ ନାୟକଙ୍କର ବିବାହ କିଛି ବର୍ଷ ପୂର୍ବରୁ ହୋଇଛି । ମାତ୍ର ବିବାହ ପରଠାରୁ ତାଙ୍କର ପତ୍ନୀ ସହିତ ସବୁବେଳେ ମନୋମାଳିନ୍ୟ ରହୁଥିଲା। ଏପରିକି ସେ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ସବୁବେଳେ ସନ୍ଦେହ କରୁଥିଲେ। ଏଥିପାଇଁ ସନ୍ତୋଷ ଘରେ ଗଣ୍ଡଗୋଳ କରିବା ସହିତ ମାରପିଟ୍‌ ମଧ୍ୟ କରୁଥିଲେ । ହଠାତ ସ୍ବାମୀ ରାଗିଯାଇ  ଘରେ ଥିବା ଏକ ବ୍ଲେଡ୍‌ରେ ପତ୍ନୀଙ୍କ ବେକକୁ କାଟି ଦେଇଥିଲେ । ଏହି ବିଷୟ ପରିବାର ଓ ପଡ଼ୋଶୀ ଦେଖି ଆହତ ମହିଳାଙ୍କୁ ତୁରନ୍ତ ଏସ୍‌ସିବି ନେଇଯାଇଥିଲା। ତେବେ ମହିଳା ଜଣକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଘଟଣା ନେଇ ପୁଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ଥାନାରେ ରଖିଛି।

Leave A Reply

Your email address will not be published.