ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟି ଫେରାର୍‌ ହେଉଥିବା ପୁଲିସ ପୁଅକୁ ଗିରଫ କଲା ପୁଲିସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏକ୍ସିସ ବ୍ୟାଙ୍କରୁ ଲୁଟ ହୋଇଥିବା ୧୫ ଲଷ ଟଙ୍କା ଲୁଟର ମାତ୍ର କିଛି ସମୟ ମଧ୍ୟରେ ଟଙ୍କା ଉଦ୍ଧାର। ସୁନ୍ଦରଗଡ଼ ଟାଉନ ଥାନା ହସ୍ପିଟାଲ ରୋଡ଼ ସ୍ଥିତ ଏକ୍ସିସ୍ ବ୍ୟାଙ୍କରେ ବନ୍ଧୁକ ମୁନରେ ପାଖାପାଖି ୧୫ଲକ୍ଷ ଟଙ୍କା ଲୁଟି ଆଉ ଜଣେ ବାଇକ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବାଇକରେ ପଳାଉଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ବ୍ୟାଙ୍କ ଲୁଟି ଯିବା ସମୟରେ ପୁଲିସକୁ ଦେଖି ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନାରେ ଅଭିଯୁକ୍ତ ଆହତ ହୋଇଥିଲା। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୁଟେରା ଚିକିତ୍ସିତ ଥିବା ଜଣାପଡିଛି।

ସୂଚନାଅନୁସାରେ ଲୁଟେରା ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ କାର୍ଯ୍ୟ କରୁଥିବା ଜଣେ ଏ ଏସ ଆଇ ଙ୍କ ପୁଅ। ସେ ବ୍ୟାଙ୍କ କର୍ମଚାରୀଙ୍କୁ ଵନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସୁନ୍ଦରଗଡ଼ ପୁଲିସ ଲୁଟେରାକୁ ଗିରଫ କରିବା ସହ ଲୁଟ ଟଙ୍କା ଜଵତ କରିବାରେ ସଷମ ହୋଇଛି। ଅଭିଯୁକ୍ତ ଲୁଟେରା ପୁଲିସ ଉପରକୁ ଗୁଳି ମାଡ କରି ଫେରାର ହେଵାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ର ପାଲଟା ଗୁଳି ମାଡ଼ରେ ଲୁଟେରା ଆହତ ହୋଇଛି । ଲୁଟେରା ପୁଲିସ ଏ ଏସ ଆଇଙ୍କ ପୁଅଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ ହୋଇଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.