ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜା। କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ସଜା। ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ।
ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର-୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା। ବାପାକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ।ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା। କୋର୍ଟ ୨୪ ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି। ଏ ନେଇ ଆଡ଼ିଶନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ୍ ବରାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.