ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୁଦ୍ର ମଝିରେ ମାତ୍ର ଦୁଇଟି ଖମ୍ବରେ ରହିଛି ଦୁନିଆର ସବୁଠୁ ଛୋଟ ଦେଶ, ରୁହନ୍ତି ୨୫ରୁ ୩୦ ନାଗରିକ

ଆପଣ ହୁଏତ ଆଜି ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଶୁଣି ନାହାଁନ୍ତି, କିମ୍ବା ଆପଣ ଯଦି ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ ଜାଣିଥିବେ, ତଥାପି ଆପଣ ଭାଟିକାନ୍ ସିଟିକୁ ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ବିବେଚନା କରୁଥିଲେ। କିନ୍ତୁ ଭାଟିକାନ୍‌ ସିଟି ନୁହେଁ ଦୁନିଆର ସବୁଠୁ ଛୋଟ ଦେଶ ହେଉଛି ‘ସିଲାଣ୍ଡ’। ଯଦିଓ ଏହା ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଛୋଟ ଦେଶରେ ସାମିଲ ହୋଇନାହିଁ ସେଥିପାଇଁ ଏହା ବିଷୟରେ ଲୋକେ ଏତେଟା ଜାଣିନାହାଁନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଏହି ଦେଶ ବହୁତ ରୋଚକପୂର୍ଣ୍ଣ ଅଟେ।

ଏହି ଦେଶ ସମୁଦ୍ର ମଝିରେ କେବଳ ଦୁଇଟି ସ୍ତମ୍ଭ ଉପରେ ରହିଛି। ଏହି ଦେଶକୁ ମାକ୍ରୋନେସନ ନାମରେ ବି ଜଣାଯାଏ। ଏହି ଦେଶ ଇଂଲଣ୍ଡ ପାଖରେ ଅବସ୍ଥିତ। ଇଂଲଣ୍ଡର ସାମୁଦ୍ରିକ ତଟରୁ ପ୍ରାୟ ୧୨ କିଲୋମିଟର ଦୂରରେ ଏହି ଦେଶ ରହିଛି। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ତିଆରି କରିଥିଲା। କିନ୍ତୁ ପରେ ଏହାକୁ ଖାଲି କରିଦିଆଯାଇଥିଲା। ମାକ୍ରୋନେସନ କୁହାଯାଉଥିବା ସିଲାଣ୍ଡ ଉପରେ ଅନେକ ଲୋକଙ୍କର କବଜା ରହିଆସିଛି।

କିନ୍ତୁ ରାୟ ବିଟ୍ସ ନାମକ ଜଣେ ବ୍ୟକ୍ତି ନିଜକୁ ସିଲାଣ୍ଡର ପ୍ରିନ୍ସ ଭାବେ ନିଜକଚୁ ଘୋଷଣା କରି ଶାସନ କରୁଥିଲେ। ରାୟ ବିଟ୍ସଙ୍କ ପରେ ତାଙ୍କ ପୁଅ ମାଇକେଲଙ୍କର ଶାସନ ରହିଛି। ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗିବ ଯେ ରାୟ ବିଟ୍ସ ସିଲାଣ୍ଡ ପାଇଁ ଡକ୍ଟରେଟ ପାସପୋର୍ଟ ଅଫ୍‌ କରେନ୍ସୀ ବି ବାହାର କରିଥିଲେ। କରେନ୍ସୀ ଉପରେ ରାୟ ବିଟ୍ସଙ୍କ ସ୍ତ୍ରୀ ଜନ୍‌ ବିଟ୍ସଙ୍କର ଫଟୋ ରହିଛି। ଏହି ଦେଶର ନିଜର ଏକ ପତାକା ରହିଛି ଯାହାର ରଙ୍ଗ ଲାଲ, ଧଳା ଏବଂ କଳା। ଏହି ଛୋଟ ଦେଶର ଇକୋନୋମୀ ସମ୍ପୂର୍ଣ୍ଣ ଭାବେ ଡୋନେସନ୍‌ ଉପରେ ନିର୍ଭର କରିଥାଏ। ତେବେ ବର୍ତ୍ତମାନ କିନ୍ତୁ ଏହି ଦେଶ ବିଷୟରେ ଲୋକମାନେ ଜାଣିଲେଣି, ଲୋକମାନେ ଏଠାକୁ ପର୍ଯ୍ୟଟନ ପାଇଁ ବି ଆସୁଛନ୍ତି।

ଏମିତିରେ ଯେତେବେଳେ ପ୍ରଥମ ଥର ପାଇଁ ଇଣ୍ଟରନେଟରେ ଲୋକମାନଙ୍କୁ ଏହି ଦେଶ ବିଷୟରେ ପତ୍ତା ମିଳିଲା, ଲୋକମାନେ ଏହି ଦେଶକୁ ବହୁତ ଡୋନେସନ୍‌ କରୁଛନ୍ତି। ଯାହାଦ୍ୱାରା ଏଠାରେ ରହୁଥିବା ଲୋକଙ୍କୁ ଆର୍ଥିକ ରୂପେ ସହାୟତା ମିଳୁଛି। ସିଲାଣ୍ଡର ସରଫେସ ଏରିୟା ୬ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ରହିଛି। ଏହି ଦେଶ ଏତେ ଛୋଟ ଯେ ଆପଣ ଗୁଗଲ ମ୍ୟାପରେ ବି ଏହାର ପତ୍ତା ଲଗାଇପାରିବେନି।

ଏହି ଦେଶର ନିଜସ୍ୱ ଫୁଟବଲ ଦଳ ଅଛି 

ଇଂଲଣ୍ଡଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ସମୁଦ୍ର ମଧ୍ୟ ଭାଗରେ ଏହି ଦେଶ ଅବସ୍ଥିତ। ଏହି ଦେଶରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୫ ରୁ ୩୦ ଅଟେ ।  ଏହି ଦେଶର ଆକାର ଏକ ବାସ୍କେଟ ବଲ ଫିଲ୍ଡି ଆକାରର ହେବ। କିନ୍ତୁ ଏହି ଦେଶର ନିଜସ୍ୱ ଫୁଟବଲ ଦଳ ମଧ୍ୟ ଅଛି । ଏହା ବ୍ୟତୀତ ଏହି ଦେଶର ନିଜସ୍ୱ ସମ୍ବିଧାନ ଏବଂ ପତାକା ମଧ୍ୟ ରହିଛି। ଏଥି ସହିତ, ଏହି ଦେଶକୁ ବିଶ୍ବର ଅନେକ ଦେଶ ମଧ୍ୟ ମାନ୍ୟତା ଦେଇଛନ୍ତି।

ବାସ୍ତବରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ୍ ରୟାଲ୍ ନୌସେନା ଦ୍ୱାରା ସିଲାଣ୍ଡ ବ୍ୟବହାର କରାଯାଇଥିଲା। ଜର୍ମାନ ଆକ୍ରମଣର ମୁକାବିଲା ପାଇଁ ବ୍ରିଟିଶମାନେ ସିଲାଣ୍ଡ ବ୍ୟବହାର କରିଥିଲେ। କିନ୍ତୁ ୧୯୬୭ ମସିହାରେ ରୟ ବେଟ୍ସ ନାମକ ଜଣେ ବ୍ରିଟିଶ ବ୍ୟକ୍ତି ଏହି ସ୍ଥାନ ଅଧିକାର କରି ବେଆଇନ ଭାବରେ ତାଙ୍କ ରେଡିଓ ଷ୍ଟେସନ ଚଳାଇବା ଆରମ୍ଭ କଲେ। ଏହା ବ୍ୟତୀତ ସେ ଏହି ସ୍ଥାନକୁ ଏକ ସାର୍ବଭୌମ ରାଜ୍ୟ ଭାବରେ ଦାବି କରିଥିଲେ। ବର୍ତ୍ତମାନ ଏହି ଦେଶର ପ୍ରିନ୍ସ ହେଉଛନ୍ତି ମାଇକେଲ ବେଟ୍ସ।

୫୦ ବର୍ଷ ଧରି ଶାସନ କରିଆସୁଛନ୍ତି 
ଯେ ଗତ ପ୍ରାୟ ୫୦ ବର୍ଷ ଧରି ମାଇକେଲ ବେଟ୍ସଙ୍କ ପରିବାର ଏହି “ମାଇକ୍ରୋନେସନ୍”ରେ ଶାସନ ଚଳାଇଛନ୍ତି । ଯଦିଓ ଦୁନିଆର ଅନେକ ଦେଶ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହାଁନ୍ତି, ଦୁନିଆର ଅନେକ ଦେଶ ଅଛନ୍ତି ଯେଉଁମାନେ ସିଲାଣ୍ଡକୁ ଏକ ଦେଶ ଭାବରେ ବିବେଚନା କରନ୍ତି ।

Leave A Reply

Your email address will not be published.