ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଲଜ୍ଜା: ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ୩ ବର୍ଷର କୁନି ଝିଅ ସହ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣା ଘଟିଛି ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚ ଗାଁର ଗୋଠ ସାହିରେ । ସେହି ଗାଁ ର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ଼ ଥାନାରେ ହୋଇଛି ଅଭିଯୋଗ। ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ପ୍ରଚୁର ମାତ୍ରାରେ ପୀଡିତା ଙ୍କର ରକ୍ତଶ୍ରାବ ହେଉଥିବା ଜଣାପଡିଛି। ସେପଟେ ଅଭିଯୁକ୍ତ ଜଣଙ୍କ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କ ଭାଇ ଓ ଭିଣୋଇଙ୍କୁ ଉଠେଇ ଆଣି ଥାନାରେ ପଚରାଉଚରା କରିଛି।

Leave A Reply

Your email address will not be published.