ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଆଜି ବ୍ୟାହତ ହେବ SBI ଇଣ୍ଟରନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ଆପ୍ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜ୍‌ନେସ ଆଦି ସେବାକୁ ଗ୍ରାହକମାନେ ଠିକ୍‌ ଭାବରେ ବ୍ୟବହାର କରିପାରିବେନାହିଁ। ଗ୍ରାହକ ସିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି ସମସ୍ୟାର ସମ୍ମୁଖୀନ ହେବେ।

Article Bottom (Mobile Only)

ଏସ୍‌ବିଆଇ ୱେବସାଇଟ ମୁତାବକ, ମାର୍ଚ୍ଚ ୨୩ରେ ଗ୍ରାହକଙ୍କ ପାଇଁ ଇଣ୍ଟରନେଟ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ୱେବ ସମେତ ସମସ୍ତ ଆପ୍ ଏକ ଘଣ୍ଟା ପାଇଁ ଡାଉନ୍ ରହିବ। ଏଥିସହିତ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ବ୍ୟବହାର କରିପାରିବେନାହିଁ। ଶନିବାର ସକାଳ ୧ଟା ୧୦ ମିନିଟ୍‌ଠାରୁ ୨ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିବ। ତେବେ ବେସିକ ସର୍ଭିସ ପାଇଁ ଗ୍ରାହକମାନେ ହ୍ୱାଟସଆପ ବ୍ୟାଙ୍କିଂ ସେବାର ଫାଇଦା ଉଠାଇପାରିବେ। ଏଥିସହିତ ଆପଣମାନେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏସବିଆଇର ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ୍ କରିପାରିବେ।

Leave A Reply

Your email address will not be published.