ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଶିବାଜୀ ରାଜ୍ୟରେ ମହିଳାଙ୍କୁ ଅସମ୍ମାନ; ବାଲାସାହେବ ନାହାଁନ୍ତି କିନ୍ତୁ ଆପଣ ଅଛନ୍ତି, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖଡେଙ୍କ ପତ୍ନୀ

ମୁମ୍ବଇ : ଡ୍ରଗ୍ସ କେସ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଏବେ ଏନସିବି ମୁମ୍ବାଇ ଜୋନ ଡାଇରେକ୍ଟର ସମୀର ଓ୍ବାଙ୍ଖେଡ । ନବାବ ମଲିକଙ୍କ ଅଭିଯୋଗକୁ ନେଇ ସନ୍ଦେହରେ ଆସିଥିବା ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ତାଙ୍କ ପତ୍ନୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ନିବେଦନ କରିଛନ୍ତି । କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ସମୀର ଓ୍ୱାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟରେ ଜଣେ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି, ଥଟ୍ଟା କରାଯାଉଛି । ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

ସମୀରଙ୍କ ପତ୍ନୀ କ୍ରାନ୍ତି ଚିଠିରେ ଲେଖିଛନ୍ତି ଯେ, ପ୍ରତିଦିନ ଆମ ପରିବାରକୁ ଅପମାନିତ କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ରାଜ୍ୟରେ ଜଣେ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି । ଯଦି ବାଲାସାହେବ ଠାକରେ ଆଜି ଥାଆନ୍ତେ, ତେବେ ଏପରି ହୋଇନଥାନ୍ତା । ସେ ଆହୁରି ମଧ୍ୟ ଟ୍ୱିଟରରେ ସେୟାର କରିଥିବା ଚିଠିରେ ଲେଖିଛନ୍ତି ଯେ, ‘ବାଲାସାହେବ ଆଜି ଏଠାରେ ନାହାଁନ୍ତି କିନ୍ତୁ ଆପଣ ଅଛନ୍ତି । ଆମେ ତାଙ୍କୁ ଆପଣଙ୍କ ଠାରେ ଦେଖୁ, ଆମ ଭରସା ଆପଣଙ୍କ ଉପରେ ଅଛି । ମୁଁ ନିଶ୍ଚିତ ଯେ ଆପଣ ମୋ ପରିବାର ସହ ଅନ୍ୟାୟ ହେବାକୁ ଦେବ ନାହିଁ । ଜଣେ ମରାଠୀ ଭାବରେ, ମୁଁ ଆପଣଙ୍କ ନିକଟରେ ନ୍ୟାୟ ଭିକ୍ଷା କରୁଛି ।

Article Bottom (Mobile Only)


ଶିବସେନା ମରାଠୀ ଲୋକଙ୍କ ହକ୍ ପାଇଁ ଲଢ଼ୁଥିବାର ମୁଁ ପିଲା ଦିନରୁ ଦେଖିଛି । ବାଲ ସାହାବେ ଠାକରେ ଓ ଛତ୍ରପତି ଶିବାଜୀଙ୍କଠାରୁ ଶିଖିଛି କି କାହା ପ୍ରତି କେବେ ଅନ୍ୟାୟ କର ନାହିଁ ଏବଂ ନିଜ ଉପରେ ହେଉଥିବା ଅନ୍ୟାୟକୁ ବରଦାସ୍ତ କର ନାହିଁ । ସହି ଦୃଷ୍ଟିରୁ ମୋର ବ୍ୟକ୍ତିଗତ ଜୀବନ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ମୁଁ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ ବିରୋଧରେ ଲଢ଼େଇ ମଧ୍ୟ ଜାରି ରଖିଛି । କ୍ରାନ୍ତି କହିଛନ୍ତି କି  ସୋସିଆଲ ମିଡିଆରେ ଲୋକମାନେ କେବଳ ମଜା ଦେଖୁଛନ୍ତି । ମୁଁ ଜଣେ କଳାକାର । ରାଜନୀତିକୁ ମୁଁ ବୁଝେ ନାହିଁ ଏବଂ ରାଜନୀତିରେ ମୋର ପ୍ରବେଶ କରିବାର ମଧ୍ୟ ନାହିଁ । ଆମର କୌଣସି ସମ୍ପର୍କ ନଥାଇ ମଧ୍ୟ ପ୍ରତିଦିନି ଆମର ସମ୍ମାନ ନଷ୍ଟ କରାଯାଉଛି । ଶିବସେନା ରାଜ୍ୟରେ ଏକ ମହିଳାଙ୍କ ସମ୍ମାନ ସହ ଖେଳାଯାଉଛି, ଥଟ୍ଟା କରାଯାଉଛି । କିନ୍ତୁ ଯଦି ଆଜି ବାଲ ସାହାବେ ଠାକରେ ଥାନ୍ତେ ତେବେ ସେ ଏହାକୁ ନିଶ୍ଚିତ ବିରୋଧ କରିଥାନ୍ତେ ।

କ୍ରାନ୍ତି ଆହୁରି ଲେଖିଛନ୍ତି କି ଏକ ମହିଳା ଓ ତାଙ୍କ ପରିବାର ପ୍ରତି ହେଉଥିବା ଆକ୍ରମଣ ଅତ୍ୟନ୍ତ ତଳ ସ୍ତରର ରାଜନୀତି । ଆଜି ବାଲା ଠାକରେ ଆମ ସହ ନାହାନ୍ତି କିନ୍ତୁ ଆମେ ଏବେ ଆପଣଙ୍କ ଭିତରେ ତାଙ୍କୁ ଦେଖୁଛୁ । ଆମର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଆପଣ ମୋ ପ୍ରତି ଓ ମୋ ପରିବାର ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ । ଜଣେ ମରାଠୀ ବ୍ୟକ୍ତି ଭାବରେ ମୋର ପୂରା ବିଶ୍ବାସ ଅଛି କି ଆପଣ ଆମକୁ ନ୍ୟାୟ ଦେବେ ।

Leave A Reply

Your email address will not be published.