ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଲିଉଡରେ ଭାରତର ଜଲୱା : ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍’ ଆୱାର୍ଡ ଜିତିଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ : ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଜିତି ଭାରତ ପାଇଁ ଏକ ସ୍ମରଣୀୟ ମୁହୁର୍ତ୍ତ ସୃଷ୍ଟି କରିଛି। ଆର୍‌ଆର୍‌ଆ୍‌’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି। ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ଆର୍‌ଆର୍‌ଆର୍ ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନମିନେଟ୍ ହୋଇଥିଲା। ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍‌ଚର ପାଇଁ ନମିନେଟ୍ କରାଯାଇଥିଲା।

ଆର୍‌ଆର୍‌ଆର୍‌’ ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍‌ସ୍‌’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ। ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ବର୍ଷ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ। ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି।


ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ଚଳଚ୍ଚିତ୍ରର ନିର୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍‌ ଏନ୍‌.ଟି.ଆର୍‌., ରାମ ଚରଣ ଆଦି କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ସେଠରେ ଆୟୋଜିତ ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ୨୦୨୩’ (୮୦ତମ) ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ବବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ତାଲିକାରେ ଥିବା ଆଉ ୪ଟି ଗୀତ ସହିତ ‘ନାଟୁ ନାଟୁ’ ଗୀତର ପ୍ରବଳ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏହି ବର୍ଗରେ ଥିବା ଅନ୍ୟ ଗୀତଗୁଡ଼ିକ ହେଉଛି, ଟେଲର୍‌ ସ୍ବିଫ୍ଟ୍‌ଙ୍କ ‘‌ହ୍ବେୟାର୍‌ ଦି କ୍ରଡ୍ୟାଡ୍‌ ସିଙ୍ଗ୍‌’ ଚଳଚ୍ଚିତ୍ରର ‘କ୍ୟାରୋଲିନା’, ଗିଲ୍‌ର୍ମୋ ଦେଲ୍‌ ତୋରୋଙ୍କ ‘ପିନୋଚିଓ’ ଚଳଚ୍ଚିତ୍ରର ‘ଚିଆଓ ପାପା’, ଲେଡି ଗାଗାଙ୍କ ‘ଟପ୍‌ ଗନ୍‌: ମ୍ୟାଭେରିକ୍‌’ ଚଳଚ୍ଚିତ୍ରର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’ ଏବଂ ‘ରିହାନ୍ନାଙ୍କ ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ ଚଳଚ୍ଚିତ୍ରର ‘ଲିଫ୍ଟ୍‌ ମି ଅପ୍‌’।

ସୂଚନାଥାଉକି ଆରଆରଆର୍ ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ଏହି ଫିଲ୍ମ ୫ଟି ଭାଷା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଥିଲା । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌. ଟି.ଆର୍‌.। ତାଙ୍କ ସହିତ ଅଭିନୟ କରିଛନ୍ତି ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ।

Leave A Reply

Your email address will not be published.