ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

‘ହାଉଣ୍ଡ’ ରୋବଟ୍‌ର ବିଶ୍ବ ରେକର୍ଡ: ୧୯ ସେକେଣ୍ଡରେ ସାରିଲା ୧୦୦ ମିଟର ଦୌଡ଼

ଏବେ ସୁଦ୍ଧା କେବଳ ମଣିଷମାନେ ଦୌଡ଼ରେ ବିଶ୍ବ ରେକର୍ଡର କରିଥିବା ଆମେ ଜାଣିଛେ। ଏମିତି ବି ଏକ ରୋବଟ୍ ଅଛି, ଯାହା ମଣିଷଙ୍କ ଭଳି ଜୋର୍‌ରେ ଦୌଡ଼ିବାକୁ ସକ୍ଷମ। ଦକ୍ଷିଣ କୋରିଆର ଡେଜିୟନ ସ୍ଥିତ କୋରିଆ ଆଡଭାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ ଆଣ୍ଡ ଡିଜାଇନ ଲାବ୍ରୋଟୋରି ଦ୍ବାରା ତିଆରି କରାଯାଇଥିବା ଏକ ରୋବଟ୍ ଏଭଳି କାରନାମା କରି ଦେଖାଇଛି। ଏହି ରୋବଟ୍‌ର ନାଁ ‘ହାଉଣ୍ଡ’। ଚାରି ଗୋଡ଼ ବିଶିଷ୍ଟ ଏହି ରୋବଟ୍ ଅଧିକ ବେଗରେ ୧୦୦ ମିଟର ଦୌଡ଼କୁ ପୂରା କରି ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି।

Article Bottom (Mobile Only)

ହାଉଣ୍ଡ ଘଣ୍ଟାକୁ ୧୮.୧୨ କିଲୋମିଟର ବେଗରେ ଦୌଡ଼ି ୧୯.୮୭ ସେକେଣ୍ଡରେ ୧୦୦ ମିଟର ଦୌଡ଼ିବାରେ ସଫଳ ହୋଇଛି। ପ୍ରଥମେ ଏହା ଧୀର ଗତିରୁ ଦୌଡ଼ ଆରମ୍ଭ କରିଥିଲା ଏବଂ ଶେଷରେ ଦୌଡ଼ର ସମାପ୍ତି ରେଖାରେ ପହଞ୍ଚି ଅଟକି ଯାଇଥିଲା। ଏହାର ସମସ୍ତ ଗତିବିଧିକୁ ଗୋଟିଏ ମୋଟର କଣ୍ଟ୍ରୋଲ ମାଧ୍ୟମରେ ନିୟନ୍ତ୍ରଣ କରାଯାଇଥିବା କଥା ହାଉଣ୍ଡର ଡିଜାଇନର ୟଙ୍ଗ୍ ହା-ଶିନ୍‌ କହିଛନ୍ତି। ଏହି ରୋବଟ୍‌ର ଓଜନ ୪୭ କିଲୋଗ୍ରାମ। ଅବଶ୍ୟ ହାଉଣ୍ଡ ଯେଭଳି କ୍ଷିପ୍ର ବେଗରେ ଦୌଡ଼ିବ, ଏହାର ନିର୍ମାତା ତା’କୁ ସେହିଭଳି ଭାବେ ଡିଜାଇନ୍‌ କରିଥିଲେ। ତେବେ ହାଉଣ୍ଡ କେବଳ ଜୋର୍‌ରେ ଦୌଡ଼ି ନ ଥାଏ, ଢାଲୁ ସ୍ଥାନରେ ଚଢ଼ିବା, ୩.୨ କିଲୋମିଟର ପର୍ଯ୍ୟନ୍ତ ସହଜରେ ଚାଲିବାକୁ ମଧ୍ୟ ସକ୍ଷମ। ଅନ୍ୟପଟେ ଆଗକୁ ଏହାର ଗତି ଯେଭଳି ଅଧିକ ରହିବ, ସେ ଦିଗରେ ଏହାର ନିର୍ମାତା କାମ ଜାରି ରଖିଛନ୍ତି।

Leave A Reply

Your email address will not be published.