ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା ଚାଲିଥିବା ନେଇ ଖବର ପାଇଥିଲା ଖଣ୍ଡଗିରି ଥାନା । ଘଟଣାସ୍ଥଳରେ ପହଞ୍ଚିବା ବେଳେ ସେଠାରୁ ୪ ଜଣଙ୍କୁ କାବୁ କରିଥିଲା । ସେମାନେ ବ୍ୟବହାର କରିଥିବା ଏକ କାର, ଖଣ୍ଡା, ତେଲେଙ୍ଗା କଟୁରି, ଲୁହା ରଡ଼, ଖେଳନା ବନ୍ଧୁକ, ଭୁଜାଲି ଓ ଛୁରୀ ଜବତ କରିଛି । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅନେକ ସଙ୍ଗୀନ ଅଭିଯୋଗ ଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.