ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭିଜିଲାନ୍ସ କୋର୍ଟ

ଭୁବନେଶ୍ବର/ବାରିପଦା : ୨୦୧୬ର ଏକ ଲାଞ୍ଚ ମାମଲାରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାର ତତ୍‌କାଳୀନ ଏସଆଇ ଶରତ ଚନ୍ଦ୍ର ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅବସରପ୍ରାପ୍ତ ଏସଆଇଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଜୋରିମାନା ଅନାଦେୟ ଆଉ ୫ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ତିରିଂ ଥାନା ଗଳୟକଟା ଗାଁ ଯୁବକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଥିଲେ ତତ୍‌କାଳୀନ ଏସଆଇ ଶରତ ଚନ୍ଦ୍ର ରାୟ।

Leave A Reply

Your email address will not be published.