ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ ୨୦୨୨: ରାତିପାହିଲେ ପ୍ରଥମ ପର୍ଯ୍ଯାୟ ମତଦାନ, ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା

୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇ ଦେଇ ପାରିବେ ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି ହେବକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ଯାୟ ମତଦାନ। ବୁଧବାର ସକାଳ ୭ଟାର ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ଯାୟ ଭୋଟ। ଏ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳାର ସହିିତ ଭୋଟ୍‌ ଗ୍ରହଣ ପାଇଁ ୨୩୫ ପ୍ଲାଟୁନ ପୁଲିସ ମୁତୟନ କରିଛି।

ପ୍ରଥମ ପର୍ଯ୍ଯାୟରେ ମତଦନା ପାଇଁ ୧୮୩୪ ମୋବାଇଲ୍‌ ପେଟ୍ରୋଲିଂ ପାର୍ଟି ମୁତୟନ ହେବେ। ରାଜ୍ୟରେ ୩୩୫୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୧୯ ହଜାର୨୨ଟି ଅଣ ସମ୍ବେଦନଶୀଳ ବୁଥ ରହିଛି। ରାଜ୍ୟ ନିର୍ବାଚନ କମିସନଙ୍କ ଗାଇଡଲାଇନ୍‌ ଓ କୋଭିଡ କଟକଣା ମଧ୍ୟରେ ନିର୍ବାଚନ ହେଉଛି।

ପ୍ରଥମ ପର୍ଯ୍ଯାୟରେ ମତଦାନ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍‌ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି। ର୍ନିବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଟିକା ଦିଆଯାଇଛି। ଏଥର ପଞ୍ଚାୟତ ର୍ନିବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେଯ ୯୧,୯୧୩ଟି ବୁଥ୍‌ ଭିତରୁ ୧୩, ୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ରହିଛି।

ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‌, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍‌ ଦେବେ। ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ଵାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ।  ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। ସେଗୁଡିକ ହେଲା-

୧-ଆଧାର କାର୍ଡ
୨- ପାସପୋର୍ଟ
୩- ଡ୍ରାଇଭିଂ ଲାଇସେନସ
୪-ସରକାରୀ ,ପିଏସୟୁ କର୍ମଚାରୀଙ୍କୁ ଜାରି କରାଯାଇଥିବା ଫଟୋ ସରକାରୀ ଆଇଡି କାର୍ଡ
୫-ପାସବୁକ୍ ( ପୋଷ୍ଟ ଅଫିସରୁ ଫଟୋ ସହ ଜାରି କରାଯାଇଥିବ)
୬-ପାନ୍ କାର୍ଡ
୭-ମନେରଗା ଜବ୍ କାର୍ଡ
୮-ଫଟୋ ସହ ଭତ୍ତା ପ୍ରମାଣପତ୍ର
୯-ଆରଜିଆଇଙ୍କ ଦ୍ୱାରା ଏନପିଆର ଅଧିନରେ ଜାରି କରାଯାଇଥିବା ସ୍ମାର୍ଟକାର୍ଡ
୧୦- ବିଧାୟକ ଓ ସାଂସଦଙ୍କୁ ଜାରି ହୋଇଥିବା ଆଇଡି କାର୍ଡ
୧୧-ଦିବ୍ୟାଙ୍ଗ ପ୍ରମାଣପତ୍ର
୧୨-ସ୍ୱାଧୀନତା ସଂଗ୍ରାମୀ ଆଇଡି କାର୍ଡ
୧୩- ଭୋଟରଙ୍କ ପରିଚୟ ଦର୍ଶାଉଥିବା ପ୍ରମାଣପତ୍ର ଯାହା ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ଅନୁମୋଦିତ

Leave A Reply

Your email address will not be published.