ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା, ବିପୁଳ ମାତ୍ରାରେ ମତଦାନ ପାଇଁ କଲେ ଅପିଲ

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୩୧୯ଟି ବୁଥରେ ମତଦାନ ଚାଲିଛି। ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା  ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ସକାଳୁ ନିଜ ବାପା ତଥା ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଫଟୋରେ ମୁଣ୍ଡିଆ ଆଶୀର୍ବାଦ ନେଇଥିଲେ । ଏହା ପରେ ସେ ଏହି ନିର୍ବାଚନ ମଣ୍ଡଳୀର ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ନିଜ ମତଦାନ କରିଥିଲେ।

ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ରଜାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବା ପରେ ମହିଳା ଭୋଟରଙ୍କ ଧାଡ଼ିରେ ଠିଆ ହୋଇଥିଲେ ବର୍ଷା । ପରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୋଟ ଦାନ କରିବା ପରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଲୋକମାନଙ୍କୁ ବିପୁଳ ମାତ୍ରାରେ ମତଦାନ ପାଇଁ ଅପିଲ କରିଛନ୍ତି। ପଦ୍ମପୁରର ବିକାଶ ପାଇଁ ସମସ୍ତେ ଭୋଟ ଦିଅନ୍ତୁ ବୋଲି ସେ କହିଛନ୍ତି।

Article Bottom (Mobile Only)

ସୂଚନାଯୋଗ୍ୟ ପଦ୍ମପୁର ଉପନିର୍ବାଚନ ମୈଦାନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି । ସେଥିମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ସହ ୯ କମ୍ପାନୀ ସିଆରପିଏଫ ଫୋର୍ସ ମୃତୟନ ହୋଇଛନ୍ତି । ଉଜେତନାପୂର୍ଣ୍ଣ ଓ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୁଲିସ ଓ ପ୍ରଶାସନର ସ୍ୱତନ୍ତ୍ର ନଜର ରହିବ ।

Leave A Reply

Your email address will not be published.