ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଲଟିଲା ଆମ୍ବ ବୋଝେଇ ଟ୍ରକ: ୨ ମୃତ, ୨ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ପାତ୍ରପୁର ବ୍ଲକ ତୁରୁବୁଡ -ମହେନ୍ଦ୍ରଗଡ଼ ରାସ୍ତାର କାନକଟା ଘାଟିରେ ମିନି ଟ୍ରକ ଓଲଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁରେଶୁ ବାଡ଼ତ୍ୟା  ଓ ସୁଧାଂଶୁ ସାହୁ ।

ସୂଚନା ଅନୁଯାୟୀ, ଖାରିଆଗୁଡା ଅଞ୍ଚଳରୁ ଗଜପତି ଯାଇଥିବା ଟ୍ରକ ଆମ୍ବ ଲୋଡ଼ କରି ଫେରୁଥିବା ବେଳେ ଘାଟିରେ ଓଲଟି ପଡିଥିଲା । ସ୍ଥାନୀୟଲୋକେ ଉଦ୍ଧାରକରି ପ୍ରଥମେ ତୁରିବୁଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

Leave A Reply

Your email address will not be published.