ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋକସଭାରେ ମହିଳା ସାଂସଦଙ୍କ ପ୍ରତିନିଧିତ୍ବ ପ୍ରସଙ୍ଗ, ଅନ୍ୟଦେଶଙ୍କ ତୁଳନାରେ ବହୁ ପଛରେ ଭାରତ

ବର୍ତ୍ତମାନର ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମୋଟ ସାଂସଦଙ୍କ ସଂଖ୍ୟାର ୧୪.୨%। ସମୟକ୍ରମେ ସଂସଦରେ ମହିଳା ପ୍ରତିନିଧିତ୍ବ ବଢ଼ିଥିବା ଉତ୍ସାହଜନକ ହୋଇଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଅନ୍ୟ ଦେଶଙ୍କ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି। ସଂସଦରେ ମହିଳା ପ୍ରତିନିଧିତ୍ବ ହାର ଦୃଷ୍ଟିରୁ ୧୯୩ ଦେଶଙ୍କ ତାଲିକାରେ ଭାରତ ୧୪୨ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୩୭, େନପାଳ୫୪ ଓ ବାଂଲାଦେଶ ୧୧୩ ସ୍ଥାନରେ ରହିଛି। ଅର୍ଥାତ୍ ସଂସଦରେ ମହିଳା ପ୍ରତିନିଧିତ୍ବ େକ୍ଷତ୍ରରେ ଭାରତ ତା’ର ପଡ଼ୋଶୀ ଦେଶଙ୍କ ତୁଳନାରେ ପଛରେ ରହିଛି।

ବ୍ରିଟିଶ ଅମଳରେ ଦେଶରେ ଥିବା ତିନି ମୁଖ୍ୟ ମହିଳା ସଂଗଠନ ଓମେନସ୍ ଇଣ୍ଡିଆ ଆସୋସିଏସନ୍(ଡବଲ୍ୟୁଆଇଏ). ଅଲ୍ ଇଣ୍ଡିଆ ଓମେନସ୍ କନ୍‌ଫରେନ୍ସ(ଏଆଇଡବଲ୍ୟୁସି) ଓ ନ୍ୟାସନାଲ୍ କାଉନସିଲ୍ ଫର୍ ଓମେନସ୍ ଇନ୍ ଇଣ୍ଡିଆ(ଏନ୍‌ସିଡବଲ୍ୟୁଆଇ) ମହିଳାଙ୍କ ପାଇଁ ସଂସଦରେ କୌଣସି ସ୍ବତନ୍ତ୍ର ସଂରକ୍ଷଣର ବ୍ୟବସ୍ଥା କରାଯିବାର ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ। ସଂସଦରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରାଗଲେ ରାଜନୀତିରେ ପୂର୍ଣ୍ଣ ସମାନତା ପାଇଁ ମହିଳାଙ୍କ ଅଧିକାର କ୍ଷୁଣ୍ଣ ହେବ ବୋଲି ସେତେବେଳର ନାରୀ ନେତ୍ରୀମାନେ ବିଚାର କରିଥିଲେ।

ନୂଆ ସମ୍ବିଧାନ ରଚନା କରାଯିବା ସମୟରେ ସମ୍ବିଧାନ ପ୍ରଣେତା କମିଟିକୁ ମହିଳା ସଂଗଠନଗୁଡ଼ିକ ଏ ନେଇ ଏକ ମିଳିତ ସ୍ମାରକପତ୍ର ଦେଇ ଦାବି ଜଣାଇଥିଲେ ଯେ ମହିଳାମାନେ ସ୍ବତନ୍ତ୍ର ସଂରକ୍ଷଣ ନୁହେଁ, ପୂର୍ଣ୍ଣ ରାଜନୈତିକ ସମାନତା ଚାହାଁନ୍ତି। ୧୯୩୫ରେ ତତ୍କାଳୀନ ବ୍ରିଟିଶ ସରକାର କିନ୍ତୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟରେ ମହିଳାଙ୍କ ପାଇଁ ପ୍ରାଦେଶିକ ବିଧାନସଭାଗୁଡ଼ିକରେ ୪୧ଟି ଆସନ ଓ ସଂସଦରେ ସୀମିତ ସଂଖ୍ୟକ ଆସନ ସଂରକ୍ଷିତ ରଖାଯିବା ବ୍ୟବସ୍ଥା କରିଥିଲେ। ଫଳରେ ୧୯୩୭ ପ୍ରାଦେଶିକ ନିର୍ବାଚନରେ ୮୦ ଜଣ ମହିଳା ବିଧାୟକ ହୋଇପାରିଥିଲେ। ସ୍ବାଧୀନ ଭାରତର ସମ୍ବିଧାନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟାଯାଇ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିଲା।

୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନରେ ୨୨ ମହିଳା ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ଅନୁପାତ ଦୃଷ୍ଟରୁ ତାହା ମୋଟ ସାଂସଦ ସଂଖ୍ୟାର ୪.୪% ଥିଲା। ସେତେବେଳେ ବିଜୟଲକ୍ଷ୍ମୀ ପଣ୍ଡିତ ଲକ୍ଷ୍ନୌ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ କିନ୍ତୁ ତାଙ୍କୁ ଜାତିସଂଘରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଅବସ୍ଥାପିତ କରାଯିବାରୁ ସାଂସଦ ଭାବେ ସେ କାର୍ଯ୍ୟ କରିଥିଲେ କି ନାହିଁ ତାହା ଅନୁତ୍ତରିତ ରହିଛି। ବିଜୟଲକ୍ଷ୍ମୀ ପଣ୍ଡିତ ୧୯୫୩ରେ ଜାତିସଂଘ ଜେନେରାଲ ଆସେମ୍ବ୍ଲୀର ପ୍ରଥମ ମହିଳା ପ୍ରେସିଡେଣ୍ଟ ହେବାର ଗୌରବ ଅର୍ଜିଥିଲେ। ପ୍ରଥମ େଲାକସଭାରେ ମହିଳା ସାଂସଦଙ୍କ ସଂଖ୍ୟା କମ୍ ଥିେଲ େହଁ ସେମାନଙ୍କ ସ୍ବର ଥିଲା ଭାବଗମ୍ଭୀର ଓ କାର୍ଯ୍ୟ ଥିଲା ଅତୀବ ମହତ୍ତ୍ବପୂର୍ଣ୍ଣ।

ସେମାନେ ଯୌତୁକ ନିେରାଧୀ ବିଲ୍ ୧୯୫୧ ଉପସ୍ଥାପନ କରିଥିେଲ ଯାହା ୧୯୬୧େର ଆଇନରେ ପରିଣତ ହୋଇଥିଲା। ସମାନ ପାରିଶ୍ରମିକ ବିଲ୍ ୧୯୭୬େର ଆଇନରେ ପରିଣତ ହୋଇଥିଲା ଯାହାକୁ ୧୯୫୬େର ରେଣୁକା ଚକ୍ରବର୍ତ୍ତୀ ସଂସଦରେ ଉପସ୍ଥାପିତ କରିଥିେଲ। ପ୍ରଥମ ଲୋକସଭାକୁ ନିର୍ବାଚିତ ହୋଇଥିବା ମହିଳା ସାଂସଦ ହେଲେ ରାଜକୁମାରୀ ଅମ୍ରିତ କୌର(ମଣ୍ଡି, ହିମାଚଳପ୍ରଦେଶ), ସୁେଚତା କୃପାଳିନୀ(ଦିଲ୍ଲୀ), ଅମ୍ମୁ ସ୍ବାମୀନାଥନ୍ (ଡିଣ୍ଡିଗୁଲ, ମାଡ୍ରାସ) ପ୍ରମୁଖ। ପ୍ରଥମ ଲୋକସଭାକୁ ଉତ୍ତର ପ୍ରଦେଶର ୫ଜଣ ମହିଳା ସାଂସଦ ନର୍ବାଚିତ ହୋଇଥିେଲ। ସେମୋେନ ହଲେ କଂଗ୍ରେସ ଗଙ୍ଗା ଦେବୀ, ସିଓରାଜବତୀ ନେହେରୁ, ଉମା ନେହେରୁ, ବିଜୟଲକ୍ଷ୍ମୀ ପଣ୍ଡିତ ଓ ଜନ ସଂଘର ଶକୁନ୍ତଳା ନାୟାର। ସେତେବେଳ ସଂସଦକୁ ମହିଳା ପ୍ରତିନିଧିତ୍ବ େଦବାରେ ଉତ୍ତର ପ୍ରଦେଶ ଅନ୍ୟ ସମସ୍ତ ରାଜ୍ୟଙ୍କଠାରୁ ଆଗୁଆ ଥିଲା।

ପରବର୍ତ୍ତୀ ୭ ଦଶନ୍ଧିେର ସଂସଦରେ ମହିଳା ପ୍ରତିନିଧିତ୍ବ କ୍ରମାଗତ ଭାବେ ବଢ଼ିଛି। ସଂସଦକୁ ୧୯୫୭େର ୨୭(୫.୪%), ୧୯୬୨େର ୩୪(୬.୭%)ମହିଳା ପ୍ରତିନିଧିତ୍ବ ମିଳିଥିଲା। ସେହିଭଳି ୨୦୦୯ରୁ ସଂସଦରେ ମହିଳା ପ୍ରତିନିଧିତ୍ବ ୧୦%ରୁ ଅଧିକ ରହିଆସୁଛି। ୧୬ତମ ଲୋକସଭା ନିର୍ବାଚନରେ ୬୧ ଜଣ ମହିଳା ନିର୍ବାଚିତ ହୋଇଥିେଲ ଯାହା ଥିଲା ମୋଟ ସାଂସଦ ସଂଖ୍ୟାର ୧୧.୨%। ୨୦୧୯ େଲାକସଭା ନିର୍ବାଚନରେ େରକର୍ଡ ସଂଖ୍ୟକ ୭୮ ଜଣ ମହିଳା ନିର୍ବାଚିତ ହୋଇଥିେଲ ଯାହା ହେଉଛି ମୋଟ ସାଂସଦ ସଂଖ୍ୟାର ୧୪.୨%। ୨୦୨୩ ଅକ୍ଟୋବରରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହୋଇଥିଲା। ଏଥିରେ ସଂସଦରେ ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ରହିବ।

Leave A Reply

Your email address will not be published.