ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଆ ଏଡୁପ୍ରେନରଙ୍କ ଚେନ୍ନାଇ ସ୍ଥିତ ଆଇଏଫ୍‌ଇଆର୍‌ପି ଅନୁସନ୍ଧାନ ପାଇଁ ପେରୁରେ ଆରମ୍ଭ କଲା ନିଜର ନୂଆ ଅନୁଷ୍ଠାନ

ଭୁବନେଶ୍ୱର : ଛାତ୍ର, ଶିକ୍ଷକ ଏବଂ ଅନୁଷ୍ଠାନମାନଙ୍କୁ ଏକ ପ୍ଲାଟ୍‌ଫର୍ମ ଯୋଗାଇ, ସେମାନଙ୍କୁ ଅନୁସନ୍ଧାନ କ୍ଷେତ୍ରରେ ଅଧିକ ଦୃଢିଭୂତ କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ୍‌ ପବ୍ଲିକେଶନ୍‌ (ଆଇଏଫ୍‌ଇଆର୍‌ପି) ହୁଆନ୍‌କୋ କଲେଜ୍‌ ଅଫ୍‌ ଇଞ୍ଜିନିୟର୍ସରେ ନିଜର ପେରୁ ଅଧ୍ୟାୟ ଆରମ୍ଭ କରିଛନ୍ତି । ସମଗ୍ର ଏସିଆ, ମଧ୍ୟ ପୂର୍ବ ଏବଂ ୟୁରୋପରେ ଏହାର ଦୃଢ ବୈଜ୍ଞାନିକ, ଏକାଡେମିକ୍‌ ଏବଂ ଇଣ୍ଡଷ୍ଟ୍ରି ନେଟ୍‌ୱାର୍କ ପାଇଁ ଜଣାଶୁଣା ଆଇଏଫ୍‌ଇଆର୍‌ପିର ପେରୁ ଅଧ୍ୟାୟ ୨୦୦ ରୁ ଅଧିକ ଛାତ୍ରଙ୍କୁ ଅନୁସନ୍ଧାନକାରୀ ଭାବରେ ତାଲିମ ଦେବ ।

ଏହି ପେରୁ ଯାତ୍ରା ବିଷୟରେ ନିଜର ମତ ରଖି ଆଇଏଫ୍‌ଇଆର୍‌ପିର ସିଇଓ ତଥା ପ୍ରତିଷ୍ଠାତା ରୁଦ୍ରଭାନୁ ସତପଥୀ କହିଛନ୍ତି, ବିଶ୍ୱର ସମସ୍ତ ଗବେଷକ, ଇଞ୍ଜିନିୟର ଏବଂ ଛାତ୍ରମାନଙ୍କ ସହଯୋଗରେ ଆମେ ଜ୍ଞାନ ପ୍ରଦାନ ଓ ପ୍ରତ୍ସାହନ କରିଆସୁଛୁ । ଏହି ଗବେଷଣା ଅନେକ ଆବଶ୍ୟକତା ଭିତ୍ତିକ ଜୈବିକ ଏବଂ ଅଣ-ଜୈବିକ ଭିତ୍ତିଭୂମି ବିକାଶ ଏବଂ ଉନ୍ନତି ପାଇଁ ଇଞ୍ଜିନିୟରିଂ ସମାଧାନ ଦିଗରେ କାର୍ଯ୍ୟକରେ । ଏହି ତାଲିକାରେ ପେରୁ ଯୋଡିହେବା କେବଳ ଲାଟିନ୍‌ ଆମେରିକା ପାଇଁ ନୁହେଁ ବରଂ ଅନ୍ୟ ଉନ୍ନତ ଦେଶମାନଙ୍କ ପାଇଁ ମଧ୍ୟ ଅନେକ ଉପଯୋଗୀ ସାବ୍ୟସ୍ତ ହେବ ।

ଓଡିଶାକୁ ଏହି ଭଳି ପ୍ଲାଟଫର୍ମ ଆଣିବାକୁ କମ୍ପାନୀର ଯୋଜନା ବିଷୟରେ ରୁଦ୍ର କହିଛନ୍ତି ଯେ, ବୈଷୟିକ ବିଜ୍ଞାନର ପ୍ରଗତିର ଆବଶ୍ୟକତା ବିଷୟରେ ବୁଝିବା ପାଇଁ ଆମେ ଗତବର୍ଷ ଭୁବନେଶ୍ୱରରେ “କ୍ୟାନ୍‌ସର୍‌ କେୟାର୍‌: ଏରା ଅଫ୍‌ ପ୍ରିସିଜିନ୍‌ ଉପରେ ‘୪ର୍ଥ ଇଣ୍ଡୋ ଅଙ୍କୋଲୋଜି ଆୟୋଜନ କରିଥିଲୁ । ଭବିଷ୍ୟତରେ ଆମେ ଓଡିଶା ଭିତ୍ତିକ ଅନୁଷ୍ଠାନଗୁଡିକ ସହ ସହଭାଗିତା କରିବୁ ।

ଲାଟିନ୍‌ ଆମେରିକାରେ ଏହି ଯାତ୍ରା ଆରମ୍ଭ କରିବା ପାଇଁ ଆଇଏଫ୍‌ଇଆର୍‌ପି ପେରୁର ହୁଆଙ୍କୋ କଲେଜରେ ‘ଆଡ୍‌ଭାନ୍‌ସେସ୍‌ ଅଫ୍‌ ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସି ଇନ୍‌ ଏ ପୋଷ୍ଟ୍‌ ପେଣ୍ଡାମିକ୍‌ ୱାର୍ଲ୍ଡ’ ଶିର୍ଷକ ଏକ ସମ୍ମିଳନୀ ଆୟୋଜନ କରିଥିଲା ଯେଉଁଠାରେ ଆଇଏଫ୍‌ଇଆର୍‌ପିର ମୌଳିକ କମ୍ପାନୀ ଟେକ୍ନୋରେଟ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଏ ସିଦ୍ଧ୍‌ କୁମାର ଉପସ୍ଥିତ ଥିଲେ । ଟ୍ରୁଜିଲୋର ମୂଳ ବାସିନ୍ଦା,ତଥା ଲାଟିନ୍‌ ଆମେରିକାର ଅନୁସନ୍ଧାନ ସଂସ୍କୃତି ମାଜିଷ୍ଟର ଜୁଲିସା ରେଏସ୍‌ ଗୋଞ୍ଜାଲେସ୍‌ ଏବଂ ଇଞ୍ଜିନିୟର ସେସର ରୋଜାସ୍‌ ଇଚ୍‌ଭାରିଆ ଅନ୍‌ହେଭେଲ ସିଷ୍ଟମର ଉଭୟ ପ୍ରଫେସର ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।

ଆଇଏଫ୍‌ଇଆର୍‌ପି ହେଉଛି ଏକ ବୃତ୍ତିଗତ ସଙ୍ଗଠନ ଯାହା ଅନୁସନ୍ଧାନ କାର୍ଯ୍ୟକଳାପର ଆର୍ଥିକ ଅନୁଦାନ, ନୂତନ ଗବେଷଣା, ଅନ୍ତର୍ନିହିତ ପ୍ରଚାର ମାଧ୍ୟମରେ ଇଞ୍ଜିନିୟରିଂ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଗତି ପାଇଁ ଉତ୍ସର୍ଗୀକୃତ । ସମଗ୍ର ବିଶ୍ୱରେ ନବସୃଜନ, ସହଯୋଗ ଏବଂ ଜ୍ଞାନ ବଣ୍ଟନ ପ୍ରକ୍ରିୟାକୁ ଡିଜିଟାଲାଇଜେସନ୍‌ କରିବାକୁ ଲକ୍ଷ ରଖିଛି । କମ୍ପାନୀର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ  ସୁଭ୍ରା ଜ୍ୟୋତି ରଞ୍ଜନ ସାହୁ କହିଛନ୍ତି । ଆଇଏଫ୍‌ଇଆର୍‌ପି ର ଉପସ୍ଥିତି ଥିବା କେତେକ ଦେଶ ମଧ୍ୟରେ ଇରାକ୍‌, ମାଲଦ୍ୱୀପ, ଥାଇଲ୍ୟାଣ୍ଡ, ମାଲେସିଆ, ସିଙ୍ଗାପୁର, ଫିଲିପାଇନ୍ସ, ଇଣ୍ଡୋନେସିଆ, ତାଇୱାନ୍‌, ଭିଏତନାମ, ୟୁଏଇ, ଅଷ୍ଟ୍ରେଲିଆ, ଜାପାନ, ଶ୍ରୀଲଙ୍କା, ନେପାଳ, ଘାନା ଏବଂ ଆଫ୍ରିକା ଇତ୍ୟାଦି ଅନ୍ତର୍ଭୁକ୍ତ ।

 

Leave A Reply

Your email address will not be published.